ଟ୍ବିନ ସିଟିରେ ପରୀକ୍ଷାମୂଳକ ଭାବେ ଗଡିଲା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ଟ୍ବିନ ସିଟି ପାଇଁ ପରୀକ୍ଷାମୂଳକ ଭାବେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଭୁବନେଶ୍ବର ଓ କଟକ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ଏହି ଟ୍ରେନ ଗଡିଛି । ଏହି ଟ୍ରେନ ଏକ ସର୍କୁଲାର ଟ୍ରେନ ଭଳି ଚଳାଚଳ କରିବ । ଭୁବନେଶ୍ବର ଠାରୁ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ରୁଟ ଦେଇ ଟ୍ରେନଟି କଟକ ଯିବ ।

ତେବେ ରବିବାର ଦିନ ୧. ୩୦ମିନିଟରୁ ଭୁବନେଶ୍ବରରୁ ଛାଡିଥିଲା । ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଠାରେ ଅପରାହ୍ନ ୨ଟା ୩୦ମିରେ ପହଂଚିଛି  ଓ ସେହିପରି ଏହି ଟ୍ରେନ କଟକରୁ ଅପରାହ୍ନ ୨ଟା ୪୦ମିରେ ଛାଡି ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ବର ଠାରେ ସନ୍ଧ୍ୟା ୫ଟା୨୦ମିନିଟରେ ପହଂଚିବ ।

ଏହି ଟ୍ରେନକୁ ନେଇ ଛାତ୍ରଛାତ୍ରୀ ବହୁତ ଖୁସି ଅଛନ୍ତି । ପୂର୍ବରୁ ଭୁବନେଶ୍ବରରୁ କଟକ ଯିବାକୁ ହେଲେ ଦିନ ୧୨ ଠାରୁ ସନ୍ଧ୍ୟା ୫ ଟା ପର‌୍ୟ୍ୟନ୍ତ କୌଣସି ଟ୍ରେନର ସୁବିଧା ନଥିଲା । ହେଲେ ଦିନ ବେଳେ ଟ୍ରେନଟି କଟକ ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଯାତ୍ରୀ ।