ଶ୍ରୀମନ୍ଦିରରେ କୋରୋନା ମୁକାବିଲା ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ

ପୁରୀ: ଶ୍ରୀମନ୍ଦିରରେ କୋରୋନା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଛତିଶା ନିଯୋଗ ଓ ନୀତି ସବ କମିଟିଙ୍କ ସ୍ୱତନ୍ତ୍ର ବୈଠକ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବିଭିନ୍ନ ନିଯୋଗର ପ୍ରତିନିଧି ଯୋଗ ଦେଇଛନ୍ତି ।

ବୈଠକରେ ଶ୍ରୀମନ୍ଦିରରେ କୋରୋନା ଭଳି ଭୟଙ୍କର ଭାଇରସର ମୁକାବିଲା ଓ ନିରାକରଣ ସମ୍ପର୍କରେ ଆଲୋଚନା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନା ଭୂତାଣୁ ଜନିତ ରୋଗର ନିରାକରଣ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଅଧିକରୁ ଅଧିକ ସଂଖ୍ୟକ ଲୋକଙ୍କ ଏକଜୁଟ ହେବା ନେଇ କଟକଣା କରାଯାଇଛି ।

ଏହା ସହ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ଏହାର ପ୍ରତିକାର ଓ କିଭଳି ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରାଯିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ ।