ଆରମ୍ଭ ହେବ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ

ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ପାଇଁ ପ୍ରସ୍ତୁତି । ଆରମ୍ଭ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଏ ନେଇ ପ୍ରେମସିଟରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ୨୦୨୦ ଜାନୁଆରୀ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବା ବ୍ୟକ୍ତିମାନେ ଏଥିରେ ସାମିଲ୍ ହୋଇ ପାରିବେ । ଭୋଟର ଲିଷ୍ଟରେ ନାଁ ନଥିବା ଯୋଗ୍ୟ ଭୋଟର, ଭୋଟର ଲିଷ୍ଟରୁ ନାଁ କାଟିବାକୁ ଚାହୁଁ ଥିବା ବ୍ୟକ୍ତି ଓ ତ୍ରୁଟି ସଂଶୋଧନ କରିବା ଲାଗି ଆବେଦନ କରି ହେବ ।
ହି ବ୍ୟବସ୍ଥା ଚଳିତ ଥର ଅନଲାଇନ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ଅଫଲାଇନରେ କରାଯାଉ ଥିଲା । ଏକ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟାରେ ଲୋକମାନେ ଅଂଶଗ୍ରହଣ କରି ପାରିବେ । ସଂଶୋଧନ ପାଇଁ ଆବେଦନକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ଦେବାକୁ ହେବ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଉ ଦେବେ କିମ୍ୱା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଘରକୁ ପଠାଯିବ । ନଭେମ୍ବର ୭ ଓ ୨୧ ତାରିଖ ଅର୍ଥାତ୍ ମାସର ପ୍ରଥମ ଓ ତୃତୀୟ ରବିବାର ଦିନ ସରକାରୀ ଅଧିକାରୀ ମାନେ ବୁଥରେ ରହିବେ । ଲୋକମାନେ ସେଠାକୁ ଯାଇ ମଧ୍ୟ ଭୋଟର ତାଲିକା ସଂଶୋଧନ କରିପାରିବେ ।

ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏକ ମାସ ମଧ୍ୟରେ ଲୋକମାନେ ସଂଶୋଧନ ପାଇଁ ଆବେଦନ କରି ପାରିବେ । ଏହାର ତର୍ଜମା ପାଇଁ ୨୦ ଦିନ ସମୟ ଲାଗିବ । ଜାନୁଆରୀ ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୨ଟି ଭୋଟର ଆଇଡି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ଆମେ ବାଦ୍ ଦେଇ ସାରିଛୁ । ଆହୁରି ୪ ଲକ୍ଷ ଆବେଦନ ବର୍ତ୍ତମାନ ସୁଦ୍ଧା ରହିଛି । ସମସ୍ତ ୩୭ ହଜାର ୬୦୬ ପୋଲିଂ ବୁଥ ସହ ୫୮ ଉପଜିଲ୍ଲାପାଳ ଅଫିସ୍ ଓ ୩୦ ଜିଲ୍ଲାପାଳ ଅଫିସରେ ଭୋଟର ପରିଚୟପତ୍ର ସଂଶୋଧନ କରି ହେବ ।