କ୍ୱାର୍ଟର୍ସ ଭାଙ୍ଗି ବିଧାୟକଙ୍କ ପାଇଁ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା

ଭୁବନେଶ୍ୱର: ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାଟର୍ସ ଗୁଡିକ ଟାଇପ୍ ୮ ଢାଞ୍ଚାରେ ନିର୍ମାଣ ହେବ। ବିଧାୟକଙ୍କ ପାଇଁ କ୍ୱାଟର୍ସ ନିର୍ମାଣରେ ୪୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । କ୍ୱାର୍ଟର୍ସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ୪୨ଟି ବିଧାୟକ ପୁରୁଣା କ୍ୱାଟର୍ସ ଭଙ୍ଗାଯିବ । ସେହିସ୍ଥାନରେ ଏକାଧିକ ୯ ଓ ୧୦ ମହଲା କୋଠା ତିଆରି କରାଯିବ । ନୂତନ ବିଧାୟକ କଲୋନୀରେ ବିଧାୟକଙ୍କୁ ୭ ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । ସେଠାରେ ପାର୍କିଂ ସୁବିଧା ସହ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ।