କ୍ଷମା ମାଗିଲେ ବାଚସ୍ପତି

ଭୁବନେଶ୍ୱର:ବିରୋଧୀ ଦଳ ନେତାଙ୍କୁ ଭୁଲ ମାଗିଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଗତକାଲି ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ କହିବା ପାଇଁ ସୁଯୋଗ ଦେଇ ନଥିବାରୁ ଆଜି ବାଚସ୍ପତି କ୍ଷମା ମାଗିଛନ୍ତି ।

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ସ୍ମିତାରାଣୀ ଝଡ଼ ବୋହିଛି । କିନ୍ତୁ ଏହି ପ୍ରସଙ୍ଗରେ ଠିକ ଭାବେ ଆଲୋଚନା ହୋଇପାରୁନାହିଁ । ତେବେ ଗତକାଲି ଅପରାହ୍ନରେ ଗୃହରେ ପୁଣି ବିରୋଧୀ ଦଳ ବା ବିଜେପି ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲା ପ୍ରସଙ୍ଗ ଉଠାଇଥିଲେ । ବରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସ୍ମିତାରାଣୀ ମୃତ୍ୟୁ  ସମ୍ପର୍କରେ କିଛି କହିବାକୁ ଚାହିଁଥିଲେ କିନ୍ତୁ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ନ ଦେଇ ନ ସ୍ମିତାରାଣୀ ପ୍ରସଙ୍ଗ କହିବା କ୍ଷଣି ଗୃହ ମୁଲତବୀ ଘୋଷଣା କରିଥିଲେ । ଫଳରେ ଏହାକୁ ନେଇ କ୍ଷୁବ୍ଧ ହୋଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଗି ଯାଇ ଗୃହକୁ ଚଳାଇ ଦେବେନି କହିଥିଲେ । ତେବେ ଗତକାଲିର ସେହି ଘଟଣାକୁ ଠିକ ଭାବରେ ବୁଝି ପାରି ନଥିଲେ, ଭୁଲ ହୋଇଯାଇଛି କହି ବାଚସ୍ପତି ଆଜି କ୍ଷମା ମାଗିଛନ୍ତି ।