ଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ସ୍ବାଭାବିକ ହୋଇଛି ଗୃହ। ଗୃହରେ ବାଚସ୍ପତିଙ୍କ ରୁଲିଂ । ପ୍ରଶ୍ନ ଚୟନ ପାଇଁ ହେଉଥିବା ଲଟେରୀ ନେଇ ପୂର୍ବରୁ ସୂଚନା ଦିଆଯାଇଥାଏ ।
ଯେକୌଣସି ଜଣେ ବିଧାୟକଙ୍କ ଉପସ୍ଥିତିରେ ଲଟେରୀ ହୋଇଥାଏ । ବିଧାୟକ ନଥିଲେ ସଚିବଙ୍କ ଉପସ୍ଥିତିରେ ଲଟେରୀ ହୋଇଥାଏ । ଏଣିକି ଲଟେରୀ ସମ୍ପର୍କରେ ବିଧାୟକଙ୍କୁ ଏସଏମଏସ୍ ଜରିଆରେ ସୂଚନା ଦିଆଯିବ ।