ଦକ୍ଷିଣ ଏସିଆ ଅଲ୍‌କାଏଦା ମୁଖ୍ୟ ନିପାତ

ନୂଆଦିଲ୍ଲୀ: ଅଲ୍‌ କାଏଦାର ଦକ୍ଷିଣ ଏସିଆ ମୁଖ୍ୟ ଅସିମ୍‌ ଓମାରକୁ ନିପାତ କରିଛି ଆମେରିକା। ଆମେରିକାର ଏୟାରଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନଠାରେ ତା’ଣ ମୃତ୍ୟୁ ହୋଇଛି। ଆଫଗାନିସ୍ତାନର ଦକ୍ଷିଣ ହେଲମାଣ୍ଡ ରାଜ୍ୟର ମୁସା ଜିଲ୍ଲାରେ ଏହି ଏୟାରଷ୍ଟ୍ରାଇକ୍‌ ହୋଇଥିବା ସୂଚନା ମିଳିଛି।

ଅସିମ୍‌ ଓମାର ଉତ୍ତରପ୍ରଦେଶର ସମ୍ଭାଲ ଜିଲ୍ଲାରେ ଜନ୍ମ ନେଇଥିଲା। କିନ୍ତୁ ୧୯୯୦ ମସିହାରେ ପାକିସ୍ତାନ ପଳାଇଥିଲା। ୨୦୧୪ ମସିହାରୁ ସେ ଭାରତୀୟ ଉପମହାଦେଶର ନେତୃତ୍ୱ ନେଉଥିଲା। ସେ ସେପ୍ଟେମ୍ବର ୨୩ରେ ହୋଇଥିବା ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଛି।

ଆଫଗାନିସ୍ତାନ ନ୍ୟାସନାଲ ଡିରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି ପକ୍ଷରୁ କୁହାଯାଇଛି, ଏନ୍‌ଡିଏସ୍‌ ବର୍ତ୍ତମାନ ଅସିମ୍‌ ଓମାରର ମୃତ୍ୟୁ ବାବଦରେ ନିଶ୍ଚିତ କରୁଛି। ଭାରତୀୟ ଉପମହାଦେଶର ଏହି ଅଲକାଏଦା ଆତଙ୍କୀ ଆମେରିକା ଏବଂ ଆଫଗାନିସ୍ତାନର ମିଳିତ ଚଢ଼ଉରେ ପ୍ରାଣ ହରାଇଛି। ଏହି ଅପରେସନ୍‌ ପାଇଁ ଆମେରିକା ଆକାଶ ପଥରୁ ସହାୟତା ଯୋଗାଇଥିଲା। ଅନ୍ୟ ୬ ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କ ମଧ୍ୟରେ ଅଲ୍‌କାଏଦା ଆତଙ୍କବାଦୀ ଏମାନ୍‌ ଅଲ୍‌ ଜବାହିରିର ସହଯୋଗୀ ରାଇହାନ୍‌ ଥିବା କୁହାଯାଉଛି।