ମିସ୍ ୟୁନିଭର୍ସ ୨୦୧୯ ତାଜ୍ ପିନ୍ଧିଲେ ଦକ୍ଷିଣ ଆଫ୍ରିକାର ଜିଜୋବିନି

ନୂଆଦିଲ୍ଲୀ: ଚଳିତ ବର୍ଷର ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଜିଜୋବିନି ତୁଞ୍ଜି । ଆମେରିକାର ଅଟଲାଂଟା ସହରରରେ ଆୟୋଜିତ ହୋଇଥିବା ୬୮ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ୯୦ ଜଣ ସୁନ୍ଦରୀଙ୍କୁ ପରାସ୍ତ କରି ଏହି ସ୍ଥାନ ହାସଲ କରିଛନ୍ତି । ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ବୋଲି ଜିଜୋବିନି ପ୍ରକାଶ କରିଛନ୍ତି ।