ବୋଲ୍ଡ ଅନ୍ଦାଜରେ ସେକ୍ସି ଲୁକରେ ଆସୁଛନ୍ତି ସେହ୍ନା

ନିଜର ବୋଲ୍ଡ ଅନନ୍ଦାଜ ଓ ସେକ୍ସି ଲୁକ ଲାଗି ମଡେଲିଂରେ ଟର୍ଚ୍ଚାରେ ରହିଛନ୍ତି ସେହ୍ନା । ସୋସିଆଲ ମିଡିଆରେ   କ୍ରେଜ ପାଲଟିଥିବା ସେହ୍ନା ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଗିରୀଶ ମଲ୍ଲିକଙ୍କ ଆଗାମୀ ଫିଲ୍ମ ‘ଟୋର୍ବାଜ୍’ ଜରିଆରେ ଜଣେ ହଟ୍ ଆଣ୍ଡ୍ ବୋଲ୍ଡ ସୁନ୍ଦରୀଙ୍କର ବଲିଉଡ୍ରେ ଏଣ୍ଟ୍ରି ହେବାକୁ ଯାଉଛି । ସେ ହେଲେ ଅଭିନେତ୍ରୀ, ମଡେଲ୍ ତଥା ଡ୍ୟାନ୍ସର୍ ସ୍ନେହା ନାମାନନ୍ଦୀ । ମୁମ୍ବାଇରୁ ମ୍ୟାନେଜ୍ମେଣ୍ଟରେ ପଢ଼ା ଶେଷ କରିଥିବା ସ୍ନେହା ନିଜ ବୋଲ୍ଡ ଅନ୍ଦାଜ୍ ପାଇଁ ବେଶ୍ ଚର୍ଚ୍ଚିତ । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଏହାର ପ୍ରମାଣ ବେଶ୍ ମିଳିପାରୁଛି । ତେବେ ଅଭିନୟରେ ବି ସେ କିଛି କମ୍ ନୁହନ୍ତି । ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତୀତ ମରାଠୀ ଏବଂ ବଙ୍ଗଳା ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି । କିନ୍ତୁ ବଲିଉଡ୍ରେ ‘ଟୋର୍ବାଜ୍’ ଫିଲ୍ମ ମାଧ୍ୟମରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସ୍ନେହା । ଫିଲ୍ମରେ ତାଙ୍କ ସହ ସଞ୍ଜୟ ଦତ୍ତ ଏବଂ ନର୍ଗିସ୍ ଫଖ୍ରୀ ମଧ୍ୟ ଅଭିନୟ କରୁଛନ୍ତି ।