ସଙ୍ଗରୋଧରେ ରହିଲେ ସୌରଭ ଗାଙ୍ଗୁଲି

କୋଲକାତା: ହୋମ କ୍ୱାରେନଟାଇନରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତାଙ୍କ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲୁରୁ (CAB)ର ସେକ୍ରେଟାରୀ ସ୍ନେହାଶିଷ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ବିସିସିଆଇ ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୋମ କ୍ୱାରେଣ୍ଟାଇନରେ ଅଛନ୍ତି।

କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲୁରୁ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ନେହାଶିଶ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରେ ନିଜେ ହିଁ ବେଲେ ଭ୍ୟୁ କ୍ଲିନିକରେ ଭର୍ତ୍ତି ହୋଇଛନ୍ତି।

ସୌରଭ ଓ ତାଙ୍କ ଭାଇ ଗୋଟିଏ ଘରେ ରୁହନ୍ତି। ତେଣୁ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହୋମ କ୍ୱାରେନଟାଇନରେ ରହିବାକୁ ପଡ଼ିବ ବୋଲି ଏକ ସୂତ୍ରରୁ ପ୍ରକାଶ।