“ସୋପାନ: ରାଜ୍ୟର ପୁଷ୍ଟିସାଧନ ଷ୍ଟ୍ରାଟେଜି” ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ଘୋଷଣାକ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଅପହଂଚ ଇଲାକାରେ ପୁଷ୍ଟିସାଧନ ରୂପାନ୍ତରଣ ଓ ପ୍ରଗତି ପାଇଁ “ସୋପାନ” ନାମକ ଏକ ନୂତନ ଷ୍ଟ୍ରାଟେଜି ଘୋଷଣା କରିଛନ୍ତି । ଏହା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରୂପାୟନ କରାଯିବ । ଏହି ଷ୍ଟ୍ରାଟେଜିର ମୂଳ ଲକ୍ଷ୍ୟ ହେଲା ରାଜ୍ୟର ପ୍ରଗତି ପାଇଁ ପୁଷ୍ଟିସାଧନକୁ ସୁବ୍ୟବସ୍ଥିତ କରିବା । ଏହି ପୁଷ୍ଟିସାଧନ ଷ୍ଟ୍ରାଟେଜି ଦ୍ୱାରା ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୧୨୫ଟି ପ୍ରୋଜେକ୍ଟ ମାଧ୍ୟମରେ ୬ବର୍ଷରୁ କମ୍ ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ଏବଂ ପ୍ରସୂତି ମହିଳା ଉପକୃତ ହେବେ ।

ଏହାର ବୈଶିଷ୍ଟ୍ୟ:
-୧୨୫ ପ୍ରୋଜେକ୍ଟରେ ଥିବା ପୁଷ୍ଟିସାଧନ ଓ ଅପହଂଚ ସ୍ଥାନ ମାନଙ୍କରେ ପରିପୃକ୍ତ ପୁଷ୍ଟିସାଧନ ।
-୧୫-୧୯ ବର୍ଷ ବୟସର କିଶୋରୀ ବାଳିକାଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ଦୃଷ୍ଟିପାତ ।
-ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ଅତିରିକ୍ତ ଗରମ ରନ୍ଧା ଖାଦ୍ୟ ବ୍ୟବସ୍ଥା ।
-ଗୋଷ୍ଠୀଭିତିକ ପୁଷ୍ଟିସାଧନ କେନ୍ଦ୍ର ଜରିଆରେ ୩ବର୍ଷରୁ କମ୍ ଶିଶୁଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିଗତ ପରିଚାଳନା ।
-ଅତିଶୟ ପୁଷ୍ଟିହୀନ ପାଇଁ ଗୋଷ୍ଠୀଭିତିକ ପରିଚାଳନା ସହ କମ୍ ପୁଷ୍ଟିହୀନ ଶିଶୁଙ୍କୁ ପ୍ରତ୍ୟକ୍ଷ ଭାବେ ଖାଦ୍ୟ ବ୍ୟବସ୍ଥା ଏବଂ ଉପଦେଶ ।
-ଅପହଂଚ ଇଲାକାରେ ପଡାପୁଷ୍ଟି କାର୍ଯ୍ୟକ୍ରମ ଜରିଆରେ ପୁଷ୍ଟିସାଧନ ସେବା ଯୋଗାଇବା ।
-ଘରକୁ ଦିଆଯାଉଥିବା ଖାଦ୍ୟ ଓ ରନ୍ଧା ଖାଦ୍ୟକୁ ଅଧିକ ଭିଟାମିନ୍ ଓ ପୁଷ୍ଟିଯୁକ୍ତ କରାଇବା ।
-ଅର୍ଦ୍ଧ ବାର୍ଷିକ ଓଜନ ଦିବସରେ ପ୍ରତ୍ୟେକ ଶିଶୁଙ୍କର ଓଜନ ସହ ଦୃଷ୍ଟିହୀନ ଶିଶୁଙ୍କର ପ୍ରତ୍ୟକ୍ଷ ନଜର ରଖିବା ।
-ଅପହଂଚ ଇଲାକା ପାଇଁ ପୁଷ୍ଟିସଖୀ ନମରେ ଗୋଷ୍ଠୀଗତ ମାନସ ସମ୍ବଳ ମୁତୟନ କରି ପୁଷ୍ଟିସାଧନ ଦିଗରେ ଉନ୍ନତି ଆଣିବା ।
-ପୁଷ୍ଟି ସାଧନରେ ପଂଚାୟତକୁ ସାମିଳ କରି ଉନ୍ନତ ପଂଚାୟତମାନଙ୍କୁ ପୁରସ୍କାର ଦେବା ।
-ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁଷ୍ଟିସାଧନରେ ସାମିଲ କରିବା ।
-ବିଭିନ୍ନ ବିଭାଗର ସହଯୋରେ ପୁଷ୍ଟି ବଜେଟ୍ ପ୍ରସ୍ତୁତି ସହ ଅର୍ଥ ବରାଦ କରିବା ।