ମୁମ୍ବାଇ: ପୁଣି ଚର୍ଚ୍ଚାରେ ସୋନୁ ସୁଦ ଏବଂ ରିତେଶ ଦେଶମୁଖ । ରାସ୍ତା କଡ଼ରେ ଜଣେ ବୃଦ୍ଧାଙ୍କୁ ମାର୍ଶଲ ଆର୍ଟ କରୁଥିବା ଭାଇରାଲ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏହି ସେଲିବ୍ରିଟି।
ଏହି କ୍ଲିପ୍ରେ ଜଣେ ବୃଦ୍ଧ ମହିଳା ବାଇଗଣୀ ରଙ୍ଗର ଶାଢୀରେ ବାଉଁଶ ହାତରେ ଘୁରାଉଥିବାର ନଜର ଆସିଛନ୍ତି । ମହିଳା ଜଣକ ପୁନେରୁ ଆସି ପରିବାର ଚଳାଇବା ପାଇଁ ରାସ୍ତା କଡ଼ରେ ମାର୍ଶଲ ଆର୍ଟ କରୁଥିବା ଜଣାପଡିଛି ।
Can I get her details please. Wanna open a small training school with her where she can train women of our country some self defence techniques . https://t.co/Z8IJp1XaEV
— sonu sood (@SonuSood) July 24, 2020
ଟ୍ୱିଟରରେ ଭିଡିଓ ସେୟାର କରି ରିତେଶ ମହିଳାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବାକୁ ସମସ୍ତଙ୍କୁ କହିଥିଲେ ।
ରିତେଶ ଟୁଇଟ୍ରେ କହିଛନ୍ତି, ଯୋଦ୍ଧା, ମା । ଦୟାକରି କେହି ମୋତେ ତାଙ୍କ ସହ ଯୋଗାଯୋଗ କରାଇ ପାରିବେ କି ? ପରେ ଏକ ପୃଥକ ଟ୍ୱିଟରେ ରିତେଶ ସେୟାର କରିଛନ୍ତି ଯେ, ସେ ମହିଳାଙ୍କ ବିବରଣୀ ପାଇବାରେ ସଫଳ ହୋଇଥିଲେ । ଏଥି ସହିତ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ସୋନୁ ସୁଦ ମଧ୍ୟ ଆଗେଇ ଆସିଛନ୍ତି ।
ବୃଦ୍ଧ ମହିଳାଙ୍କ ସମ୍ପର୍କ ବିବରଣୀ ମାଗି ସୋନୁ ତାଙ୍କ ପାଇଁ ଏକ ସେଲ୍ଫ ଟ୍ରେନି୍ଙ୍ଗ ବିଦ୍ୟାଳୟ ଖୋଲିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ସୋନୁ ଲେଖିଛନ୍ତି, ମୋତେ ସେହି ମହିଳାଙ୍କ ସହିତ ଯୋଗାଯୋଗ କରନ୍ତୁ । ମୁଁ ତାଙ୍କ ପାଇଁ ଏକ ସେଲ୍ଫ ଟ୍ରେନି୍ଙ୍ଗ ବିଦ୍ୟାଳୟ ଖୋଲିବାକୁ ଚାହୁଁଛି । ଯେଉଁଠାରେ ସେ ଆମ ଦେଶର ମହିଳାମାନଙ୍କୁ କିଛି ସେଲ୍ଫ ଟ୍ରେନି୍ଙ୍ଗ ଶିକ୍ଷା ଦେଇ ପାରିବେ ।