ସନ୍ନି ଲିଓନି ବନ୍ଧୁଙ୍କୁ ପୁଲ କରି ନିଜେ ସୁଇମିଙ୍ଗ ପୁଲରେ ପଡିବାର ଭିଡିଓ ଭାଇରାଲ,ଦେଖନ୍ତୁ ଭିଡିଓ

ମୁମ୍ବାଇ : ବଲିଉଡର ବୋଲ୍ଡ ଅନେତ୍ରୀ ସନ୍ନି ଲିଓନି । ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସନ୍ନି ଯେତିକି ଚର୍ଚ୍ଚା ତା ଠାରୁ ବେଶୀ ଚର୍ଚ୍ଚା ନିଜର ହରକତକୁ ନେଇ । ଆଇ ଏବେ ସନ୍ନି ଲିଓନିଙ୍କର ସେମିତି ଏକ ଭିଡିଓ ଭାଇରାଲ ହୋଇଛି । ସୁଟୁଂ ସେଟରେ ନିଜ ବନ୍ଧୁଙ୍କୁ ସୁଇମିଙ୍ଗ ପୁଲକୁ ପୁଲ କରୁ କରୁ ( ଠେଲୁ ଠେଲୁ ) ନିଜେ ଫସିଛନ୍ତି ସନ୍ନି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ ଏକ ଫିଲ୍ମ ସୁଟିଂ ସମୟରେ ସନି ନିଜର କୋଷ୍ଟାରଙ୍କୁ ପ୍ରାଙ୍କ କରିବାକୁ ଯୋଜନା କରିଥିଲେ । କିନ୍ତୁ ନିଜର ଜାଲରେ ନିଜେ ହିଁ ଫସିଯାଇଥିଲେ । ମାଲାୟାଲମ ସିନେମା ରଙ୍ଗୀଲାର ସୁଟିଂ ଏବେ ଗୋଆରେ ଚାଲିଛି । ଏହି ଫିଲ୍ମର ସୁଟିଂ ସମୟରେ ସନି ପ୍ରାଙ୍କ୍ କରିବାକୁ ଉଦ୍ୟମ କରୁଥିଲେ ମାତ୍ର ନିଜେ ହିଁ ଫସିଯାଇଥିଲେ । ଏହା ଏକ ଭିଡିଓ ଏବେ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସନି ନିଜର କିଛି ବନ୍ଧୁଙ୍କ ସହ ସୁଇମିଂ ପୁଲ ନିକଟରେ ଭାଙ୍ଗଡା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ ସନି ନିଜର ଜଣେ ବନ୍ଧୁଙ୍କୁ ସୁଇମିଂ ପୁଲ ଭିତରକୁ ଠେଲି ଦେଉଛନ୍ତି । କିନ୍ତୁ ବନ୍ଧୁ ତ ପୁଲରେ ପଡୁଛନ୍ତି ଏବଂ ସନି ଏହାର ମଜା ନେଉଛନ୍ତି । ତେବେ ଏହି ସମୟରେ ଆଉ ଜଣେ ବନ୍ଧୁ ସନିଙ୍କୁ ଠେଲି ଦେଉଛନ୍ତି ଏବଂ ସନି ସିଧା ଯାଇ ପୁଲରେ ପଡୁଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତ ବନ୍ଧୁମାନେ ହସିବାରେ ଲାଗିଛନ୍ତି ।