ଅଭିନେତ୍ରୀ ସୋନାକ୍ଷୀଙ୍କ ନାମରେ ଅଭିଯୋଗ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦବଙ୍ଗ ଗାର୍ଲ ଓରଫ୍ ସୋନାକ୍ଷୀ ସିହ୍ନାଙ୍କ ନାମରେ ଅଭିଯୋଗ ଆସିଛି । ତାଙ୍କ ନାମରେ ମୁରାଦାବାଦରେ ଠକେଇ ଅଭିଯୋଗ ହୋଇଛି । ସୋନାକ୍ଷୀଙ୍କ ସମେତ ଆଉ ୫ ଜଣଙ୍କ ନାମରେ ମଧ୍ୟ ଏହି ଅଭିଯୋଗରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ଦିଲ୍ଲୀରେ ସେପ୍ଟେମ୍ବର ୩୦ରେ “ଇଣ୍ଡିଆ ଫ୍ୟାଶନ୍ ଆଣ୍ଡ ବ୍ୟୁଟି ଆୱାର୍ଡ” କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୋନାକ୍ଷୀ ଯୋଗ ଦେବାପାଇଁ ନିଷ୍ପତି ହୋଇଥିଲା । ସେ ଆସିବା ଓ ରହିବାର ସମସ୍ତ ଆୟୋଜନ କରାଯାଇଥିଲା । ଏଥିପାଇଁ ସୋନାକ୍ଷୀଙ୍କ ଆସିଷ୍ଟାଂଟ ସହ କଥାବାର୍ତା ପରେ ଆକାଉଂଟକୁ ୩୨ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ମାତ୍ର ଶେଷ ମୁହୁର୍ତରେ ସୋନାକ୍ଷୀ ଉକ୍ତ କାର୍ଯ୍ୟକ୍ରମକୁ ଆସିବାକୁ ମନା କରିଦେଇଥିଲେ । ତେବେ ସୋନାକ୍ଷୀ ଆଡଭାନ୍ସ ନେବାପରେ ମଧ୍ୟ କାର୍ଯ୍ୟକ୍ରମକୁ ନ ଆସିବାରୁ ଆୟୋଜକ ପ୍ରମୋଦ ଶର୍ମା ତାଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ସେ ବିଷ ପିଇ ଦେଇଥିଲେ । ମାତ୍ର ତାଙ୍କର ଠିକ୍ ସମୟରେ ଚିକିତ୍ସା ହେବାରୁ ସେ ବଂଚିଯାଇଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ସୋନାକ୍ଷୀଙ୍କ ସମେତ ଅନ୍ୟ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ନେଇ କହିଛି ।