ଆହେ ନୀଳ ଶୈଳ ଜଣାଣ ଗାଇ ବିବାଦରେ ସୋନା ମହାପାତ୍ର

ଭୁବନେଶ୍ବର :  ସୋନା ମହାପାତ୍ର ଏବଂ ବିବାଦ ଏହାତ ଏମିତି ଅତି ସାଧାରଣ କଥା। ସେ ଯାହା କହିଲେ ଯାହା ଗାଇଲେ ସବୁଥିରେ ଯେମିତି ବିବାଦ ଛାଏଁ ଛନ୍ଦି ହୋଇଯାଏ। ଏବେ ସୋନା ସାଲବେଗଙ୍କ ଆହେ ନୀଳ ଶୈଳ ଜଣାଣ ଗାଇ ପୁଣି ଚର୍ଚ୍ଚାରେ।

ସୋନା ମହାପାତ୍ରଙ୍କ କଣ୍ଠରେ ଏବେ ଆହେ ନୀଳ ଶୈଳ ଜଣାଣ। ପ୍ୟାଡି ଫିଲ୍ଡ ମ୍ୟୁଜିକ୍‌ର ଏହି ଅବଦାନରେ ସ୍ଥାନ ପାଇଛି ଲୋକପ୍ରିୟ ଏହି ଓଡ଼ିଆ ଭଜନ। ପ୍ରତିଟି ପିଲା ପ୍ରତିଟି ସଂଧ୍ୟାରେ ଯେଉଁ ପ୍ରାର୍ଥନା ବୋଲି ବଡ଼ ହୋଇଛି ଏବେ ସେହି ଗୀତଟିକୁ ଅତି ଭାବପ୍ରବଣ ହୋଇ ଗାଉଛନ୍ତି ସୋନା । ସୁଦୂର ମୁମ୍ବାଇରେ ରହି ଓଡ଼ିଆ ଗୀତର ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ସୋନା ଏବେ ସାଲବେଗଙ୍କ ଭଜନଟିକୁ ନିଜସ୍ବ ଆନ୍ଦାଜରେ ବୋଲିଛନ୍ତି। ତେବେ ସୋନା ଙ୍କ ପାଟିରୁ ଝରି ଆସୁଥିବା ଏହି ଜନାନକୁ ନେଇ ଖୁବ ଝଡ଼ ସୃଷ୍ଟି ହେଲାଣି ଓଡ଼ିଶାରେ। ଏମିତି ଓଡ଼ିଆକୁ କଦର୍ଥ ନକରିବାକୁ ଓଡ଼ିଶାର ବୁଦ୍ଧିଜୀବୀମାନେ କହିଛନ୍ତି।

ଆବଶ୍ୟ ସୋନା ଏମିତି ହେବ ବୋଲି ପୂର୍ବରୁ ଭଲ ଭାବେ ଜାଣିଥିଲେ। ତେଣୁ ସେ ତାଙ୍କ ଫେସବୁକ୍‌ ପେଜ୍‌ରେ ୧୬ ତାରିଖରେ ଲେଖିଛନ୍ତି ଯେ ଏହି ଗୀତ ସହିତ ମୋ ରାଜ୍ୟର ସଂସ୍କୃତି ଭାଷାର ରକ୍ଷକମାନେ ପୁଣି ଚିହିଁକି ଉଠିବେ ଆଉ ମୋ ଭୁଲଗୁଡି଼କ ବାଛିବେ। ଯାହାକୁ ସେ ଯେ ପରୱା କରନ୍ତି ନାହିଁ ବୋଲି ଜଣେଇ ଦେଇଛନ୍ତି ସୋନା।

ସୋନା ତ ଗାଇଦେଲେ, ତାଙ୍କ ପାଟିରେ ସେସବୁ ଶବ୍ଦ ଯେମିତି ପଶେ ସେ ସେମିତି ହିଁ ବୋଲିଛନ୍ତି। କିନ୍ତୁ ଅନେକ ଏହା ମଧ୍ୟ କହୁଛନ୍ତି ସୋନାଙ୍କ ଗୀତର ରଚୟତା ସାଲେବେଗ ଏବେ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ।