ମା’କୁ ହାଣିଲା ପୁଅ

କୋରାପୁଟ :  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ...

କୋରାପୁଟ :  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ ବାପା ମଧ୍ୟ ଆହତ ହୋଇଛନ୍ତି। ଅଭିଯୁକ୍ତ ମନୋଜ ପରଜା (୨୫) ଙ୍କୁ ଗିରଫ କରିଛି ପୁଲିସ୍‌।

ବୁଧବାର ରାତିରେ ମନୋଜ ଘରେ ପହଞ୍ଚିବା ବେଳକୁ ଡମୁଣି ରୋଷେଇ କରି ନ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମନୋଜ ମା’କୁ ପାଟି କରିବାକୁ ଉଭୟ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହାପରେ ଉତ୍ତ୍ୟକ୍ତ ମନୋଜ ଘର ପାଖରେ ଥୁଆ ହୋଇଥିବା କୋଦାଳରେ ମା’ ବେକକୁ ଚୋଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଡମୁଣିଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏହାପରେ ପୁଲିସ୍‌ ମନୋଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Spread the love
Categories
କ୍ରାଇମ

RELATED BY

  • ବଡ଼ଭାଇଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ମୃତ

    ହରିଚନ୍ଦନପୁର: ମଙ୍ଗଳବାର ସନ୍ଧ୍ୟା ବେଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ରେବଣା ଗ୍ରାମରେ ଘର ତିଆରି କଥାରେ ଜଣେ ବଡ଼ଭାଇ ତା’ର ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି।ଟାଙ୍ଗିଆ ଚୋଟରେ ନିହତ ସାନଭାଇ ହେଉଛି ୧୬ ବର୍ଷିୟ କରମା...
  • ଭଣଜା ଟାଙ୍ଗିଆ ଚୋଟରେ ମାଇଁ ମୃତ

    ଆନନ୍ଦପୁର: ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଛି ମୁଣ୍ଡ। ଏଥର ଏପରି ନୃଶଂସ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲାରେ। ଆନନ୍ଦପୁର ବ୍ଲକ୍‌ କନ୍ତଳା ଗାଁରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ...
  • ୪ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୨ ମୃତ, ୨ ଗୁରୁତର

    ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗାଁରେ ହୋଇଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଗାଁରେ ଚାରି ଜଣ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହଣାଯାଇଛି । ଏଥିରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଭାଇ ଆହତ...
  • ସ୍ତ୍ରୀ, ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

    ଗଡ଼ପୋଷ: ବିବାହର ତିନି ବର୍ଷ ପୂରିନି। ହେଲେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ମନାନ୍ତର ୩ ଜଣଙ୍କ ଜୀବନ ନେଇଛି। ସ୍ତ୍ରୀକୁ ହତ୍ୟା ପରେ ନିଜର ଦୁଇ ବର୍ଷର ନିଷ୍ପାପ କନ୍ୟାକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହିଁ।...