ମା’କୁ ଜିଅନ୍ତା ଜାଳିଦେଲା ପୁଅ

ପାଟଣାଗଡ଼: ଶୋଇଥିବା ଅବସ୍ଥାରେ ମା’ଙ୍କୁ ଜିଅନ୍ତା ଜାଳି ଦେଇଛି ପୁଅ। ଏଭଳି ଏକ ନୃଶଂସ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ ରାଢ଼ବାହାଲ ଗାଁର ସ‌ନ୍ତୋଷ...

ପାଟଣାଗଡ଼: ଶୋଇଥିବା ଅବସ୍ଥାରେ ମା’ଙ୍କୁ ଜିଅନ୍ତା ଜାଳି ଦେଇଛି ପୁଅ। ଏଭଳି ଏକ ନୃଶଂସ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ ରାଢ଼ବାହାଲ ଗାଁର ସ‌ନ୍ତୋଷ ଖରସେଲ (୪୨) ଶନିବାର ସକାଳ ୫ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ତା’ର ବାପା ରୂପୀ ଖରସେଲ (୮୦)ଙ୍କୁ ଠେଙ୍ଗାରେ ବାଡ଼େଇଥିଲା। ରୂପୀ ଘରୁ ପଳାଇ ଯାଇ ଗାଁ ଲୋକଙ୍କୁ ଡାକିଥିଲେ। ଏହି ସମୟ ମଧ୍ୟରେ ସନ୍ତୋଷ ସତେ ‌େଯମିତି ପିଶାଚ ପାଲଟି ଯାଇଥିଲା। ଘରେ ଶୋଇଥିବା ତା’ର ମା’ ଆଶାମତୀ ଖରସେଲ (୭୫)ଙ୍କ ଦେହରେ କି‌ରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ତେବେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସଂପର୍କରେ ବେଲପଡ଼ା ପୁଲିସ ଏକ ହତ୍ୟା ମାମଲା (କେସ୍‌ ନଂ ୧୦୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର୍‌ ଥିବା ଅଭିଯୁକ୍ତ ସନ୍ତୋଷକୁ ପୁଲିସ କାବୁ କରିଛି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ସନ୍ତୋଷ ତାମିଲନାଡ଼ୁକୁ ଇଟା ଗଢ଼ିବାକୁ ଯାଇଥିଲା। କିଛିଦିନ ହେଲା କୌଣସି କାରଣରୁ ସେଠାରୁ ସେ ପଳାଇ ଆସିଥିଲା ଓ ତା’ର ମାନସିକ ସ୍ଥିତି ଠିକ୍‌ ନଥିଲା।

Spread the love
Categories
କ୍ରାଇମ

RELATED BY

  • ମା’କୁ ହାଣିଲା ପୁଅ

    କୋରାପୁଟ :  ରାନ୍ଧି ଖାଇବାକୁ ନଦେବାରୁ ମା’କୁ ମାରି ଦେଲା ପୁଅ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ସହରର ସୋନାପୁର ଅଞ୍ଚଳରେ । ମୃତକ ହେଲେ ଡମୁଣି ପରଜା(୫୦) । ପୁଅ କବଳରୁ ମା’କୁ ରକ୍ଷା କରିବାକୁ ଯାଇ...
  • ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

    ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ଦୀପକ ବେହେରା ଓରଫ ଲଣ୍ଡା। ତାଙ୍କ ଘର ରଙ୍ଗମାଟିଆ ଅଞ୍ଚଳରେ।   ଗତକାଲି ସଂଧ୍ୟାରେ ଦୀପକ ଦୋକନ ବନ୍ଦ...
  • ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ମାଆ

    କଳାହାଣ୍ଡି: ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି।ସୋମବାର ଭୋର୍‌ ପ୍ରାୟ ୫ଟା ବେଳେ ଦୁଃଖଦାୟକ ଘଟଣାଟି ଘଟିଛି ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ। ମାଆ ବିମଳା ମାଝୀ...
  • ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦୁଷ୍ମର୍ମ

    ଭୁବନେଶ୍ୱର:ରାଜଧାନୀରେ ଅସୁରକ୍ଷିତ ହୋଇପଡ଼ିଛନ୍ତି ମହିଳା ! ନିଜ ଦେହର ଭୋକ ମେଣ୍ଟାଇବା ପାଇଁ ମନୁଷ୍ୟ ପିଶାଚ ସାଜି ଦୁଷ୍କର୍ମ ଭଳି ନୀନ୍ଦନୀୟ କାର୍ଯ୍ୟ କରୁଛି । ନିଷ୍ପାପ ନବଜାତ ଶିଶୁ କନ୍ୟା ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଅନେକ...