ବାପାର ଜୀବନ ନେଲା ପୁଅ

ସୁନ୍ଦରଗଡ: ପୁଅର ଟାଙ୍ଗିଆ ଚୋଟରେ ବାପା ଆରପାରିକୁ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସୁନ୍ଦରଗଡ ସଦର ଥାନାର ତସୁପଡା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ବାପା ରିମିସ୍ ଏକା ଘରେ ଶୋଇଥିବା ସମୟରେ ପୁଅ ରଜତ ଏକା ଟାଙ୍ଗିଆରେ  ଚୋଟ ପକାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଥିଲା।

ଘରୋଇ କଳିରୁ ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ସୁନ୍ଦରଗଡ଼ ସଦର ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସ ଅଭିଯୁକ୍ତ ପୁଅ ରଜତକୁ ଥାନାରେ ଅଟକ ରଖିଛି। ଏଣେ ରିମିସ୍ ଏକାର ମୃତଦେହ ଜବତ କରି ତାର ବ୍ୟବେଚ୍ଛଦ ଲାଗି  ସୁନ୍ଦରଗଡ଼ ସଦର ମୁଖ୍ୟ ଚିକିତ୍ସଳୟକୁ ପଠାଇଛି।

ଏଣେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।  ମୃତ  ରିମିସ୍ ଏକାର ବୟସ ୬୦ ବୋଲି କୁହାଯାଉଥିବା ବେଳେ ଅଭିଯୁକ୍ତ ରଜତର ବୟସ ୨୭ ବୋଲି ଜଣାଯାଇଛି। ରଜତ ବିବାହିତ ବୋଲି ମଧ୍ୟ ଜଣାଯାଇଛି।  ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।