ବିଲ ମଝିରେ ଶ୍ବଶୁରକୁ ହାଣି ଦେଲା ଜ୍ବାଇଁ 

ବୌଦ୍ଧ :  ବିଲ ମଝିରେ ଶ୍ବଶୁରକୁ ହାଣି ଦେଲା ଜ୍ବାଇଁ  । ଜ୍ବାଇଁର ଟାଙ୍ଗିଆ ଚୋଟରେ ଶ୍ବଶୁର ମୃତ । ବୌଦ୍ଧ ଥାନା ସରସରା ଟିକିରା ସାହି ଗାଁରେ ଅଭାବନୀୟ । ମୃତକ ହେଲେ ଘୁଣ୍ଡୁ ବାରିକ । ଅଭିଯୁକ୍ତ ଜ୍ବାଇଁ ପଙ୍କଜ ସେଠୀଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ । ଶ୍ବଶୁର ଘରେ ଘରଜ୍ୟୋଇଁ ଭାବେ ରହୁଥିଲେ  ପଙ୍କଜ । ଆଜି ସକାଳୁ ବିଲକୁ ଧାନ ଉଠାଇବାକୁ ଯାଇଥିଲେ ଉଭୟ ଶ୍ବଶୁର ଓ ଜ୍ବାଇଁ । ବିଲରୁ ଧାନ ଉଠାଇବାକୁ କେନ୍ଦ୍ର କରି ବଚସା ପରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ପୋଲିସ ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ଜ୍ବାଇଁକୁ ଗିରଫ କରିଛି ।