ଅଫିସ ଆସି କାମ କଲେ ମନ୍ତ୍ରୀ ଓ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦେଶକ୍ରମେ ଆଜି କେତେକ ମନ୍ତ୍ରୀ ଓ ସରକାରୀ କମଚାରୀ ପୁନର୍ବାର ଅଫିସ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡ଼େକର, ରସାୟନ ଓ ସାରମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼, ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପଶୁ ପାଳନମନ୍ତ୍ରୀ ଗିରିରାଜ ସିଂହ ଏବଂ କ୍ରୀଡ଼ା କିରେନ ରିଜିଜୁ ଆଜି ସେମାନଙ୍କ ଡ୍ୟୁଟିକୁ ଫେରିଛନ୍ତି।

ମାସ୍କ୍‌ ପରିଧାନ କରି ଆସିଥିବା ମନ୍ତ୍ରୀ କିରେନ୍ ରିଜିଜୁ ଏସ୍‌ଏଆଇ ମୁଖ୍ୟାଳୟକୁ ଯିବା ପୂର୍ବରୁ ହାତ ସାନିଟାଇଜ୍‌ କରିଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି ଯେ କାମ ଚାଲୁ କରିବାକୁ ମନ୍ତ୍ରାଳୟ ଆଜି ସର୍ବନିମ୍ନ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିଛି। ଆମେ ସାମାଜିକ ଦୂରତ୍ୱ, ମାସ୍କ୍‌ ପରିଧାନ ଭଳି ନିୟମ ପାଳନ କରୁଛୁ।