ଆଜି ସୂର୍ଯ୍ୟୋପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ଦୃଶ୍ୟମାନ ହେବ ବିରଳ ସୂର୍ଯ୍ୟୋପରାଗ ହେବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ । ଏଥିନିମନ୍ତେ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶନିବାର ମୁଖ୍ୟତଃ ରାତି ୧୦ ଟା ୩୮ ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା ଘ ୨ ଟା ୯ ମିନିଟ୍‌ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ବିଧି ବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ସୂର୍ଯ୍ୟୋପରାଗ ସକାଳ ୧୦ଟା ୨୦ ମିନିଟ୍ ରୁ ଏହା ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟ୍ ରେ ଶେଷ ହେବ । ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ପରାଗର ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଦିନ ୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ପାକ ନିଷେଧ ଓ ଦେବନୀତି ବନ୍ଦ ।