ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୬ରେ ଚଳିତ ୨୦୧୯ର ଶେଷ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ଏହା ଏକ ବିରଳ ସୂର୍ଯ୍ୟପରାଗ, କାରଣ ଚନ୍ଦ୍ର ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟ ଆଗରେ ରହିବ । ବାହାରକୁ କେବଳ ସୂର୍ଯ୍ୟର ବାହାର ବଳୟ ଦେଖାଯିବ, ଯାହାକି ଏକ ‘ରିଙ୍ଗ ଅଫ ଫାୟାର’ ଅଗ୍ନି ବଳୟ ପରି ଦେଖାଯିବ । ଜ୍ୟୋତିର୍ବିଜ୍ଞାନ ଭାଷାରେ ଏହାକୁ ଆନୁଲାର ସୋଲାର ଏକଲିପ୍ସ ବୋଲି କୁହାଯାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ଏହା ଦେଖାଯିବ । କିନ୍ତୁ ଓଡ଼ିଶାରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ । କିନ୍ତୁ ଦକ୍ଷିଣଭାରତୀୟ ରାଜ୍ୟ ଯେପରିକି ତାମିନନାଡୁ, କର୍ଣ୍ଣାଟକ ଓ କେରଳରେ ଏହା ସଂପୂର୍ଣ୍ଣ ଭାବେ ଦେଖାଯିବ । ଦକ୍ଷିଣ ଭାରତର ମଦୁରାଇ, ଖୋଜିକୋଡ,କୋଏମ୍ବାଟୁର ଆଦି ସହରରେ ଏହା ସବୁଠୁ ଭଲଭାବେ ଦେଖାଯିବ ।

ଭାରତ ଛଡା ଏହା ଶ୍ରୀଲଙ୍କା, ସାଉଦିଆରବ, କାତାର,ମାଲେସିଆ, ୟୁଏଇ, ଇଣ୍ଡୋନେସିଆ, ସିଂଗାପୁର ଆଦି ଦେଶରେ ଦେଖାଯିବ । ଏହି ସୂର୍ଯ୍ୟପରାଗ ସକାଳ ୮ଟା ୧୭ରେ ଆରମ୍ଭ ହୋଇ ୧୧ଟା ୨୮ରେ ଛାଡିବ । ଓଡ଼ିଶାରେ ଏହା ସକାଳ ୯ଟା ୪୬ ମିନିଟବେଳେ ସବୁଠୁ ଭଲଭାବେ ଦେଖଯିବ ।