୨୧ରେ ସୂର୍ଯ୍ୟ ପରାଗ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ।

ଓଡ଼ିଶାରେ ସୂର୍ଯ୍ୟ ପରାଗ ପ୍ରାୟ ୬୦ରୁ ୬୨ ପ୍ରତିଶତ ଘୋଡ଼ାଇ ଦେବ। ଓଡ଼ିଶା ସହ ଭାରତର ସବୁ ଅଞ୍ଚଳରେ ସୂର୍ଯ୍ୟ ପରାଗ ସକାଳ ୧୦ଟା ୨୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମିନିଟ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଏହା ଶେଷ ହେବ।