ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା; ଏତଲା ଦେଲେ ଚିନ୍ମୟୀ

ଭୁବନେଶ୍ୱର :  ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଛି ଏକ ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଚିନ୍ମୟୀ। ବାଲେଶ୍ୱରର ଖଇରା ଥାନାରେ ଏନେଇ ଆଦିତ୍ୟଙ୍କ ତଥାକଥିତ ବାନ୍ଧବୀ ଚିନ୍ମୟୀ ଏତଲା କରିଛନ୍ତି।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସହିତ ବିସ୍ମିତ ଦାସ ଓ ଅନ୍ୟ କିଛି ଲୋକଙ୍କ ନାଁରେ ଚିନ୍ମୟୀ ଏତଲା ଦାୟର କରିଛନ୍ତି। ତାଙ୍କୁ ସାଇକୋ ଲେଡି କହିବା ସହିତ ବଦନାମ କରିଥିବାରୁ ସେ ଏହି ଏତଲା ଦାୟର କରିଥିବା ସୂଚନା ମିଳିଛି। ଏଥିସହିତ ବିସ୍ମିତ ତାଙ୍କୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇ ଧମକାଇଥିବା ମଧ୍ୟ ସେ ତାଙ୍କ ଏତଲାରେ ଲେଖିଛନ୍ତି। ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ ହାତରେ ଅଛି। ହେଲେ ଆଦିତ୍ୟଙ୍କ ବାପା ଗତ କିଛି ତଳେ ତାଙ୍କ ପୁଅ ପଛରେ ଜଣେ ସାଇକୋ ଲେଡିର ହାତ ଅଛି ବୋଲି କହିଥିଲେ। ଏହାପରେ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ମଧ୍ୟ ଲଗାତାର ଭାବେ ଚିନ୍ମୟୀଙ୍କୁ ନେଇ ଗଣମାଧ୍ୟମ ଆଗରେ ଉତ୍ତର ରଖିବା ସହିତ ତାଙ୍କୁ ସାଇକୋ ଲେଡି ବୋଲି କହିଥିଲେ।

ହେଲେ ଗତ କିଛି ଦିନ ତଳେ ଚିନ୍ମୟୀ ଗଣମାଧ୍ୟମ ଆଗକୁ ନିଜେ ଆସିଥିଲେ ଏବଂ ସେ ଆଦିତ୍ୟଙ୍କୁ ଭଲ ପାଉଥିବା କଥା ସର୍ବ ସମ୍ମୁଖରେ କହିଥିଲେ। ଏଥିସହ ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ହାତ ନାହିଁ। କ୍ରାଇମବ୍ରାଞ୍ଚ ଚାହିଁଲେ ସେ ମଧ୍ୟ ଏହି ମାମଲାର ତଦନ୍ତରେ ସହଯୋଗ କରିବେ ବୋଲି ଚିନ୍ମୟୀ କହିଥିଲେ।