ଲୋକଙ୍କ ସମସ୍ୟା ବୁଝିବ ସୋସିଆଲ ସର୍ଭିସ ୱିଙ୍ଗ

ଭୁବନେଶ୍ୱର:ବିଜୁ ଜନତା ଦଳରେ ହେବ ସୋସିଆଲ ସର୍ଭିସ ୱିଙ୍ଗ । ଆଜି ଗାନ୍ଧି ଜୟନ୍ତ୍ରୀ ଜନସଂପର୍କ ପଦଯାତ୍ରା ଅବସରରେ  ସୋସିଆଲ ସର୍ଭିସ ୱିଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । 

ଆଜି ସାରା ଦେଶ ପାଳନ କରୁଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଚାର୍ଯ୍ୟ ବିହାରରୁ ଏଜି ଛକ ଯାଏଁ ଏକ ମାନବ ଶୃଙ୍ଖଳ ଓ ରାମଧୂନ ସଂକୀର୍ତ୍ତନ ପଦଯାତ୍ରା କରାଯାଇଥିଲା ।  ଏହି ଜନସଂପର୍କ ପଦଯାତ୍ରା ଅବସରରେ ସୋସିଆଲ ସର୍ଭିସ ୱିଙ୍ଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତିି ଯେ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୩ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏହି ରକ୍ତ ସଂଗ୍ରହ ଦ୍ୱାରା ଅନେକ ଲୋକଙ୍କ ଜୀବନ ବଂଚାଇ ପାରୁଛି । ଏହି ଅବସରରେ ସୋସିଆଲ ସର୍ଭିସ ୱିଙ୍ଗ ଜରିଆରେ ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ର ଦେଇଛନ୍ତି । ଏହା ସହ ସେ ସରକାରଙ୍କ ଭଲକାମ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନେତାଙ୍କୁ କହିଛନ୍ତି । 

ଆଜି ଗାନ୍ଧି ଜୟନ୍ତ୍ରୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସତ୍ୟ ନଗରରୁ “ମୁଁ ସଫେଇବାଲା” କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।