ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର : ଦିଲ୍ଲୀସ୍ଥିତ ଏନ୍‌ଭାଇରନ୍‌ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍‌ମେଂଟ ଆସୋସିଏସନ୍ (ଇଏସ୍‌ଡିଏ) ପକ୍ଷରୁ ଆୟୋଜିତ ଇଏସ୍‌ଡିଏ ପରିବେଶ ଉତ୍କର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ପ୍ରଫେସର ଡକ୍ଟର ଶିଶିରକାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଛି ।
ଆଇଏଏସ୍‌ର ରିସର୍ଚ୍ଚ, କନ୍‌ସଲ୍‌ଟାଂସି ଏବଂ ପ୍ଲେସମେଂଟର ନିର୍ଦ୍ଦେଶକ ପ୍ରଫେସର ଡଃ ବେହେରାଙ୍କୁ ଇରିଗେସନ୍ ଇଞ୍ଜିନିୟରିଂ ଏବଂ ଗ୍ରାଉଣ୍ଡ ୱାଟର୍ ମ୍ୟାନେଜମେଂଟ ସିଷ୍ଟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଦିଲ୍ଲୀ ଠାରେ ଇଏସ୍‌ଡିଏ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀ ୨୦୨୧ ଅନୁଷ୍ଠାନରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।