ସୋଆ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଭୁବନେଶ୍ୱର : ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ଉତ୍ସବ ସହ ଯୋଡି ହୋଇଛି ।
ଅଗଷ୍ଟ ୯ରୁ ୧୪ ତାରିଖ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ଏକ ୱେବିନାରର ଆୟୋଜନ କରାଯାଇଥିବା ସହ ଅନେକ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୧ ତାରିଖରେ ଆୟୋଜିତ ୱେବିନାରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ନିମନ୍ତେ ସଂଘର୍ଷର କାହାଣୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ସମ୍ପର୍କରେ ଆଲୋକପାତ କରିବା ସହ ବର୍ତମାନର ପିଢିରେ ଏହି ମହାନ ଇତିହାସ ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକତାର ଅଭାବ ରହିଛି ବୋଲି କହି ଉଦ୍‌ବେଗ ପ୍ରକାଶ କରିଥିଲେ ।
ସେମାନେ ଆଜି ସ୍ୱାଧୀନତାର ସ୍ୱାଦକୁ ଉପଭୋଗ କରୁଥିବା ବେଳେ ଯେଉଁ ମନିଷୀମାନେ ଭାରତର ସ୍ୱାଧୀନତା ନିମନ୍ତେ ସଂଘର୍ଷ କରି ନିଜ ଜୀବନକୁ ବିପନ୍ନ କରିଥିଲେ ସେମାନଙ୍କ ସମ୍ପର୍କରେ ଜାଣୁନାହାଁନ୍ତି ବୋଲି ସେ କହିଥିଲେ ।

SOA OBSERVES 'AZADI KA AMRUT MAHOTSAV
୧୯୧୯ ମସିହା ଏପ୍ରିଲ୍ ୧୩ ତାରିଖରେ ଅମୃତସରଠାରେ ଘଟିଯାଇଥିବା ଲୋମହର୍ଷର୍ଣକାରୀ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଯେଉଁଥିରେ ତତ୍କାଳୀନ ଇଂରେଜ ସରକାରଙ୍କ ବ୍ରିଗେଡିୟର ଜେନେରାଲ୍ ଆର.ଇ.ଏଚ୍ ଡାଏର୍‌ଙ୍କ ନିର୍ଦ୍ଦେଶରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଥିଲା । ସେ ଘଟଣାକୁ ସ୍ମରଣ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଦୁଃଖଦ ଘଟଣା ସାରା ବିଶ୍ୱର ମାନସିକତାକୁ ଦୋହଲାଇ ଦେଇଥିଲା ।
ଖୁବ୍ କଷ୍ଟରେ ଦେଶ ସ୍ୱାଧୀନତା ହାସଲ କରିଥିଲା । କିନ୍ତୁ ବର୍ତମାନର ପିଢ଼ି ଏ ସମ୍ପର୍କରେ ଅଜ୍ଞ ଅଥବା ଆଗ୍ରହ ନ ଥିବା ପରି ପ୍ରତିହତ ହେଉଥିବା ୱେବିନାରରେ ଯୋଡି ହୋଇଥିବା ଛାତ୍ରଛାତ୍ରୀ, ଫାକଲ୍ଟି ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ମହାପାତ୍ର କହିଥିଲେ ।
ବର୍ତମାନ ଆମ ଯୁବପିଢ଼ିଙ୍କ ଶିକ୍ଷା ଓ ପ୍ରଶିଷଣ ପାଇଁ ଦେଶ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେମାନେ କିନ୍ତୁ ବିଦେଶୀ କମ୍ପାନୀରେ କାର୍ଯ୍ୟ କରିବା ପାଇଁ ନିଷ୍ପତି ଉତ୍ସୁକ ହେଉଥିବା ପ୍ରଫେସର ମହାପାତ୍ର କହିଥିଲେ ।
ଯୁବପିଢ଼ିଙ୍କ ମଧ୍ୟରେ ନୈତିକତାର ଅଭାବ ଦେଶକୁ ନିମ୍ନଗାମୀ କରୁଛି ବୋଲି ସେ କହିଥିଲେ ।
ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶ ପ୍ରଫେସର ନଚିକେତା ଶର୍ମା ବିଶିଷ୍ଟ ଐତିହାସିକ ପ୍ରଫେସର ବିପନ୍ ଚନ୍ଦ୍ରଙ୍କର ପୁସ୍ତକ “ଦ ଏପିକ୍ ଷ୍ଟ୍ରଗଲ୍‌” ଉପରେ ଆଲୋଚନା କରି ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ମତ ରଖିଥିଲେ ।
ଅଗଷ୍ଟ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଅଗଷ୍ଟ ୧୩ ତାରିଖରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସାଇକେଲ୍ ର‌୍ୟାଲିର ଆୟୋଜନ କରାଯାଇଥିଲା । ଏହି ସ୍ୱେଚ୍ଛାସେବୀମାନେ ସାଇକେଲ୍ ର‌୍ୟାଲିରେ ଯାଇ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତାର ବାର୍ତା ପ୍ରଦାନ କରିଥିଲେ ।