ଦେଶର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ସୋଆ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ।  ନିକଟରେ ପ୍ରକାଶିତ କ୍ୟାରିଅର ୩୬୦ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୦ ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ।
ଓଡିଶାରୁ ସୋଆ ହେଉଛି ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଯିଏକି ଏହି ରାଙ୍କିଙ୍ଗ ରେ ଶ୍ରେଷ୍ଠ ଦଶଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନିତ ହୋଇଛି।

ନାକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସୋଆ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନାସନାଲ ଇନଷ୍ଟିଚୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଅରଏଫ )ରାଙ୍କିଙ୍ଗ ୨୦୧୯ ରେ ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲ କରିଛି।