ଦେଖନ୍ତୁ ଭିଡିଓ, କୋରିଅର ପ୍ୟାକେଟରୁ ବାହାରିଲା ଜୀଅନ୍ତା ନାଗ ସାପ

ସାପ ଉପହାର

ରାଇରଙ୍ଗପୁର : କୋରିୟର ପେଟିରୁ ବାହାରିଲା ୬ ଫୁଟର ନାଗ ସାପ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୱାର୍ଡ ନଂ ୫ରେ କୋକୁଆ ଭୟ । ସେଠାରେ ମୃତୁ କୁମାର ନାମରେ ଜଣେ ବ୍ୟକ୍ତି ଭଡାରେ ରହୁଥିଲେ । ସେ ପାଇପ ଲାଇନ ସମ୍ବନ୍ଧୀୟ ବ୍ୟବସାୟ କରୁଥିବାରୁ କୋରିୟରେ ତାଙ୍କ ପାଖକୁ କିଛି ପାର୍ସଲ ଆସିଥିଲା । ସେ ପେଟି ଖୋଲିବା ମାତ୍ରେ ନାଗ ସାପକୁ ଦେଖି ଭୟଭୀତ ହୋଇପଡିଥିଲେ ।

ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ  କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପାର୍ସ ଭିତରକୁ ସାପ ଆସିଲା କେମିତି । ପାର୍ସଲରେ ସାପ ପଠାଇବା ପଛରେ ଉଦ୍ଦେଶ୍ୟ କଣ ଥାଇପାରେ ।