ରାଜଧାନୀରେ ସାପ ବିଷ ବେପାର, ୬ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବେଧଡ଼କ ଚାଲିଛି ସାପ ବିଷ ବେପାର। ଆଉ ବନବିଭାଗ ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କରି  ଘଟଣାରେ ୬ଜଣଙ୍କୁ ଗିରଫ କରିଛି । ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯିଏ ଏହି ବେପାରର ମାଷ୍ଟର ମାଇଣ୍ଡ କୁହାଯାଉଛି। ସେମାନଙ୍କ ଠାରୁ ବନ ବିଭାଗ ୧ ଲିଟର ୬ ଶହ ମିଲିଲିଟର ସାପ ବିଷ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ତିନିଜଣ ବାଲେଶ୍ୱରର ହୋଇଥିବା ବେଳେ ବରଗଡ଼, ବଲାଙ୍ଗିର ଓ ଅନୁଗୋଳରୁ ଜଣେ ଲେଖାଏ ଅଛନ୍ତି।

ସାପ ବିଷ ବିକ୍ରି କରିବାକୁ ଏହି ରାକଟେ୍ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ବନବିଭାଗର ର୍କମଚାରୀ ସମୋନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦବେ ବିହାର ଅଞ୍ଚଳରେ ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହଲୋ । ତାହା ପରେ ଏହି ରାକଟେ୍ ବନବିଭାଗର ର୍କମଚାରୀଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ଡାକିଥିଲେ। ଏହି ରାକଟେରେ ଥିଲେ ୮ ଜଣ। ବିଭିନ୍ନ ର୍ପଯ୍ୟାୟରେ ଦୁଇ ଦୁଇ ଜଣ କରି ୮ ଜଣ ପହଞ୍ଚିଥିଲେ ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାରୁ ଗୌତମ ନାମକ ଜଣେ ମାଷ୍ଟରମାଇଣ୍ଡ ଏହି ସାପ ବିଷକୁ ପଠାଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍ ବି ହୋଇଥିଲା।
ଅନ୍ତର୍ଜାତୀୟ ବଜାରରେ ଏହି ସାପ ବିଷକୁ ପ୍ରାୟ ୧୦ କୋଟି ଟଙ୍କାରେ ଡିଲ୍ କରିବାକୁ ଯୋଜନା ଥିବାବେଳେ ବଜାରରେ ପ୍ରାୟ ୧୫ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା। ଜବତ ସାପ ବିଷ କେଉଁ ପ୍ରକାରର ଏବଂ କେଉଁଠାରୁ ଆସୁଛି ଏହାର ଯାଞ୍ଚ ପାଇଁ ଲ୍ୟାବକୁ ପଠାଯିବ ବୋଲି ବନ ବିଭାଗ କହିଛି।

snake venom smuggling racket in bhubaneswar