ପୁଣିଥରେ ଦିଲ୍ଲୀରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀର ଝାନସୀରାଣୀ ରୋଡ ସ୍ଥିତ ଯେଉଁ ମଣ୍ଡିରେ ନିଆଁ ଲାଗିଥିଲା ଆଜି ପୁନର୍ବାର ସେହି ମଣ୍ଡିରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ୪ଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଛନ୍ତି ।

ପ୍ରକାଶ ଯେ, ଗତକାଲି ଏହି ମଣ୍ଡିରେ ନିଆଁ ଲାଗି ୪୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏହି ଘଟଣାରେ ଫ୍ୟାକ୍ଟ୍ରି ମାଲିକ ରେହାନ ଏବଂ ଇମ୍ରାନଙ୍କୁ ଗିରଫ କରିଛି ପୁଲିସ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ୍ ମଧ୍ୟ ଅଗ୍ନିକାଣ୍ଡ ଘଟଣାର ତଦନ୍ତ କରୁଛି। ୨ଦିନ ହେବ ଲାଗାତାର ନିଆଁ ଲାଗିବା ନେଇ ସମସ୍ତଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫ୍ୟାକ୍ଟ୍ରିଟି ଆବଶ୍ୟକୀୟ ଫାୟାର ସେଫ୍ଟି ଗାଇଡ ଲାଇନ ପାଳନ କରିନଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରି ମାଲିକଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଲାଗୁ କରିଛି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ ଜେଲ କାରାଦଣ୍ଡ ସିହତ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବାର ପ୍ରାବଧାନ ରହିଛି।