ସ୍ମିତାରାଣୀ ମୃତ୍ୟୁ ମାମଲା: ରୂପେଶଙ୍କ ରଙ୍ଗଶାଳା ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ, ଜାରି ହେଲା ୧୪୪ ଧାରା

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭାଙ୍ଗିବ ପ୍ରଶାସନ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଯାଜପୁର ହରିଦାସପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ବାଲିଗରି ସ୍ଥିତ ଗେଷ୍ଟହାଉସ ସରକାରୀ ଜମିରେ ନିର୍ମିତ ହୋଇଛି । ଯେଉଁ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ ସରକାରୀ ଜମିରେ ନିର୍ମିତ ହୋଇଥିବା ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି ହେବା ପରେ ଆଜି ଏହାକୁ ଭଙ୍ଗାଯିବା ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ରଙ୍ଗଶାଳାକୁ ସିଲ କରାଯାଇଛି । ଏହା ସହ ଗେଷ୍ଟ ହାଉସ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି । ଆଜି ତହସିଲଦାର ଧର୍ମଶାଳା ଆଇଆଇସିଙ୍କ ଉପସ୍ଥିତିରେ ନାଲି ପତାକା ଲଗାଇଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୬ ତାରିଖ ଦିନ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରୁ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ବେଳେ ବିଭିନ୍ନ ଚାପ ପଡ଼ିବା ପରେ ପୋଲିସ ରୂପେଶଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ରୂପେଶଙ୍କର ଅନୈତିକ ସମ୍ପର୍କ ରହିଥିଲା ବୋଲି ଏସ୍‌ପି କହିଥିଲେ । କିନ୍ତୁ ସ୍ମିତାରାଣୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।