ମୋଦି ସ୍ମାର୍ଟ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା କାହଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ସ୍ମାର୍ଟ । ମୋଦିଙ୍କ ଉପରେ କାହିଁକି ଫିଦା ହୋଇଛନ୍ତି ଦେବେଗୌଡା । କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୈଦାନକୁ ମୋଦି ଓହ୍ଲାଇବା ପରେ ପୂରା ମାହୋଲ ଏବେ ଯେମିତି ବିଜେପି ସପକ୍ଷରେ । ନିର୍ବାଚନ ପ୍ରଚାରେ ନା ବିଜେପି ନା ଜେଡିଏସ ପରସ୍ପର ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ତ ମୋଦି ରାହୁଲଙ୍କ ଉପରେ ବର୍ଷିଛନ୍ତି ହେଲେ ଜେଡିଏସ ପ୍ରମୁଖ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କୁ ପ୍ରଶଂସା କରିଛନ୍ତି । ଆଉ ଏହା ପରେ ଦେବେଗୌଡା ମଧ୍ୟ ଠିକ ସେଇ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ଦେବେଗୌଡା କହିଛନ୍ତି ମୋଦି ସ୍ମାର୍ଟ ପିଏମ । କର୍ଣ୍ଣାଟକ ରାଜନୀତି ଓ ବଦଳୁୁଥିବା ସଙ୍କେତକୁ ମୋଦି ଭଲଭାବରେ ବୁଝିଛନ୍ତି । ରାହୁଲ ତାଙ୍କୁ ଯାହା କହିଛନ୍ତି ସେ କଥା ମଧ୍ୟ ସେ ଶୁଣିଛନ୍ତି । ଏସବୁ ସତ୍ତେ୍ୱ ସେ ସମ୍ମାନ ଓ ଶିଷ୍ଟାଚାର ଦେଖାଇ ସେ ଏମିତି ପ୍ରଶଂସା କରିଛନ୍ତି । ଏମିତି କି ୨୦୧୪ କଥା ମନେ ପକାଇ ସେ କହିଛନ୍ତି ଯେ ସେ ସାଂସଦ ଭାବେ ଯଦି ଭଲରେ କାମ କରୁଛନ୍ତି ତେବେ ଏହାର କାରଣ ବି ପିଏମ ମୋଦି । ତେବେ ଏକଥା ସତ ମୁଁ ଏମିତିବି କହିଥଲି ଯଦି ୨୦୧୪ରେ ବିଜେପିକୁ ବହୁମତ ମିଳିବ ତେବେ ମୁଁ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଦେବି ବୋଲି କହିଥିଲି । ଏଥିପାଇଁ ନିଷ୍ପତ୍ତି ବି ନେଇ ସାରିଥିଲି । ହେଲେ ପିଏମ ମୋଦିହିଁ ମୋତେ ଏହି ନିଷ୍ପତ୍ତିିର ପୁନର୍ବିଚାର କରିବାକୁ କହିଥିଲେ । ଏହା ଶିଷ୍ଟାଚାର କଥା । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ କି ନିର୍ବାଚନ ପରେ ଜେଡିଏସ ବିଜେପି ମେଣ୍ଟ ହେବାର ସମ୍ଭାବନା ବି ନାହିଁ ବୋଲି ଦେବେଗୌଡା ସ୍ପଷ୍ଟ କରିଛନ୍ତି ।