ନୂଆବର୍ଷରୁ ରାଜଧାନୀରେ ସ୍ମାର୍ଟଅଟୋ

ଭୁବନେଶ୍ୱର: ନୂଆବର୍ଷରୁ ରାଜଧାନୀରେ ଗଡିବ ସ୍ମାର୍ଟଅଟୋ । ରାଜଧାନୀରେ ଚାଳକ ହେବେ ସ୍ମାର୍ଟ । ଆସନ୍ତା ୨ରୁ ଅନଲାଇନରେ ବୁକିଂ ହେବ ଅଟୋ ।

ଏଣିକି ରାଜଧାନୀର ପ୍ରତ୍ୟେକ ଅଟୋଚାଳକଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ କୋଡ ହେବ ବାଧ୍ୟତାମୁଳକ । ସବୁ ଅଟୋଚାଳକଙ୍କ ପାଇଁ ବୀମା କାର୍ଯ୍ୟ ଶେଷ ହୋଇଥିବାବେଳେ, ଏହା ସହ ଏଥର ଡିଜିଟାଲ ଜରିଆରେ ରାଜଧାନୀରେ ଗଡିବ ଅଟୋ ।

ଗ୍ରାହକ ଚାହିଁଲେ ୱେବସାଇଟ ଓ ଆପ ଜରିଆରେ ବୁକ କରିପାରିବେ ଅଟୋ । ପରବର୍ତୀ ସମୟରେ ରାଜ୍ୟର ସବୁ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନେଇ ସୂଚନା ଦେଲେ ନୀଖିଳ ଓଡିଶା ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ ସାମଲ ।