ଶଳା ଭାଉଜ…

 


 ବାହାଘରର୨ ମାସ ପରେ ଆମେ ହାଇଦ୍ରାବାଦ ଯିବାକୁ ଯୋଜନା କଲୁ…ଲିଜା କହିଲା ମାମା ବି ଯିବ..ମୁଁ ଆଶ୍ଚର୍ଯ୍ୟ ହେଲି..ହନିମୁନ ଟ୍ରିପରେ ଶାଶୁ ଯିବେ..ମୋତେ ଅଡ଼ୁଆ ଲାଗିଲା..ହେଲେ ନୂଆ ବିବାହିତା ସ୍ତ୍ରୀର ମନ ଭାଙ୍ଗିବାକୁ ଚାହିଁଲିନି…….ୟା ପରେ ଯେତେବେଳେ ଯୁଆଡ଼େ ବାହାରିଲୁ ଶାଶୁ ସାଙ୍ଗରେ ଗଲେ..ହୋଟେଲ, ପାର୍କ, ମନ୍ଦିର ଯୁଆଡ଼େ ଗଲେ ଶାଶୁ ଭିଲିଆନ୍ ସାଥୀରେ… ଚିହ୍ନା, ଜଣା, ବନ୍ଧୁବାନ୍ଧବଙ୍କ ହାବୁଡ଼ରେ ପଡ଼ିଲେ ଲାଜ ଲାଗେ…

ବାହାଘରେ ପରେ ମୁଁ ମାର୍କ କଲି ଲିଜା ସବୁବେଳେ ତା ମାଙ୍କ ସହ ଫୋନରେ ବ୍ୟସ୍ତ..ଦିନକୁ ପ୍ରାୟ ୧୦ ଥର କଥାବାର୍ତ୍ତା..ଇଆଡ଼ୁ କଲ୍ ଯିବ ନହେଲେ ସେପଟୁ ଆସିବ..ପ୍ରତି କଲର ଡ୍ୟୁରେସନ ୧୫ରୁ ୨0 ମିନିଟ୍..ବଡ଼ି ଭାଜିଲୁ ନା ନାହିଁ.. ଡାଲିରେ ଆଜି ଜିରା ଫୁଟେଇଲୁ ନା ଫୁଟଣ ଛୁଙ୍କ କଲୁ.. ଏମିତି କଥା ଚାଲେ ତାଙ୍କର…….ବାହାଘରର ୨ ମାସ ପରେ ଆମେ ହାଇଦ୍ରାବାଦ ଯିବାକୁ ଯୋଜନା କଲୁ…ଲିଜା କହିଲା ମାମା ବି ଯିବ..ମୁଁ ଆଶ୍ଚର୍ଯ୍ୟ ହେଲି..ହନିମୁନ ଟ୍ରିପରେ ଶାଶୁ ଯିବେ..ମୋତେ ଅଡ଼ୁଆ ଲାଗିଲା..ହେଲେ ନୂଆ ବିବାହିତା ସ୍ତ୍ରୀର ମନ ଭାଙ୍ଗିବାକୁ ଚାହିଁଲିନି…….ୟା ପରେ ଯେତେବେଳେ ଯୁଆଡ଼େ ବାହାରିଲୁ ଶାଶୁ ସାଙ୍ଗରେ ଗଲେ..ହୋଟେଲ, ପାର୍କ, ମନ୍ଦିର ଯୁଆଡ଼େ ଗଲେ ଶାଶୁ ଭିଲିଆନ୍ ସାଥୀରେ… ଚିହ୍ନା, ଜଣା, ବନ୍ଧୁବାନ୍ଧବଙ୍କ ହାବୁଡ଼ରେ ପଡ଼ିଲେ ଲାଜ ଲାଗେ…କେମିତି ସାମ୍ନାସାମ୍ନା ନହେବ, ବାଟ କାଟି ଯାଇହେବ ସେ ଚକ୍କରରେ ଥାଏ ମୁଁ…ମୋ ବାପା-ମାଙ୍କୁ ସାଥୀରେ ନେବା କଥା କହିଲେ ଲିଜାର ଅନେକ ବାହାନା ବାହାରେ…ବାପାଙ୍କର ଆଣ୍ଠୁ ପ୍ରୋବଲେମ୍.. ଗାଡିରେ ଏତେ ସମୟ ବସିପାରିବେନି..ବାହାରର ତେଲ ମସଲା ଖାଦ୍ୟ ହଜମ ହେବନି ତାଙ୍କର….ଏମିତି କହି ଟାଳି ଦିଏ ଲିଜା..ଦିନେ ମୋ ମୁଣ୍ଡକୁ ଗୋଟେ ଆଇଡିଆ ଆସିଲା..ମୁଁ ଲିମିଟ୍ କ୍ରସ୍ କଲିନି…କିନ୍ତୁ ରୂପା ଭାଉଜ (ମୋ ଶଳା ଭାଉଜ)ଙ୍କ ସହ ଟିକିଏ ଅଧିକ କ୍ଲୋଜ ହେଇଗଲି..ଲିଜା ସାମ୍ନାରେ ଭାଉଜଙ୍କୁ ଫୋନ୍ ଲଗେଇ ଥଟାତାମସା ହେଲି… ରୂପା ଭାଉଜ ମତେ ଖାଇବାକୁ ଡାକନ୍ତି..ମୁଁ ଉପରେ ଉପରେ କହେ ଭାଉଜ ମତେ ଏକୁଟିଆ ଡାକିଛନ୍ତି… ମୁଁ ଏକା ଯିବି…ତମକୁ ନେବିନି…ଲିଜା ୨-୩ ଥର ଏସବୁ ଟଲରେଟ୍ କଲା…ତା ପରେ ମା କି ଭାଉଜ ଫୋନ୍ କରି ଘରକୁ ଡାକିଲେ ଆମର ମାର୍କେଟିଂ ଅଛି, ଗୋଟେ ବାହାଘରକୁ ଯିବୁ ଆଦି ମିଛ କହି ଆଭଏଡ୍ କଲା… ……ଆମ ପ୍ୟାର୍ ରେ ଏବେ ଆଉ ବୁଡ଼ୀ ଭିଲିଆନ୍ ନାହିଁ…ନୂଆ ଗାଡ଼ି ଦୌଡିଲା ଭଲି ମାଡ଼ିଚାଲିଛି ପ୍ରେମ ଗାଡ଼ି…….