୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା

ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା

ଭୁବନେଶ୍ବର : ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ରାଜ୍ୟରେ ଆଉ ରହିବ ନାହିଁ ବସ୍ତି । ବସ୍ତି ବାସିନ୍ଦାଙ୍କ ନିକଟରେ ସରକାର ପହଞ୍ଚାଇବେ ସମସ୍ତ ବ୍ୟବସ୍ଥା । ବିଜୁଳି, ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଓ ପରିମଳ ଉପରେ ଦିଆଯିବ ଗୁରୁତ୍ବ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ବସ୍ତିରେ ଉନ୍ନତି କରିବା ସହ ଏହାର ଡ଼ି ନୋଟିଫାଏଡ଼ କରାଯିବ। ରାଜ୍ୟର ସମସ୍ତ ପୌରାଞ୍ଚଳକୁ ମିଳୁଥିବା ବ୍ୟୟ ବରାଦର ୨୫ ପ୍ରତିଶତ ବସ୍ତି ଅଞ୍ଚଳରେ ଖର୍ଚ୍ଚ କରାଯିବ ।

slums free odisha will be by 2023