ଜଙ୍ଗଲରୁ ତଂଟିକଟି ହତ୍ୟା କରାଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ମଇଦଲପୁର ଜଙ୍ଗଲରୁ ରବିବାର ସନ୍ଧ୍ୟାରେ ଜଣେ ତଂଟିକାଟି ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଯୁବକ ହେଉଛନ୍ତି ପାପଡ଼ାହାଣ୍ଡି ଥାନା ଅଧୀନ ଝାଡ଼କୁସୁମୀ ଗାଁ’ର ଡମୁ ଭତରାଙ୍କ ୨୦ ବର୍ଷିୟ ପୁଅ ରମୁ ଭତରା।

ଗୁରୁବାର ଦିନ ଗୋଟାଏ ଲାଲ୍‌ ରଙ୍ଗର ମଟରସାଇକେଲ୍‌ରେ ଦୁଇ ଜଣ ଯୁବକ ଆସି ରମୁକୁ ଘରୁ ଡାକି ନେଇଥିଲେ। ସେ ଦିନ ସେ ଆଉ ଘରକୁ ଫେରି ନ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ତା’ର ସନ୍ଧାନ ନ ପାଇବାରୁ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ।ପାପଡ଼ାହାଣ୍ଡିରୁ ପ୍ରାୟ ୧୫ କିଲୋମିଟର ଦୂର ମଇଦଲପୁର ଏବଂ ସେଠାରୁ ଆହୁରି ୩ କିଲୋମିଟର ଦୂର ଜାତୀୟ ରାଜପଥ ପାର୍ଶ୍ୱ ଜଙ୍ଗଲରେ ଜଣେ ଯୁବକଙ୍କ ତଣ୍ଟିକଟା ଯାଇଥିବା ଶବ ପଡ଼ିଥିବା କଥା ସେଠାକାର ଲୋକଙ୍କ ଠାରୁ ଶୁଣି ରମୁଙ୍କ ପରିବାର ଲୋକେ ଦେଖିବାକୁ ଯାଇଥିଲେ  ଏବଂ ସେ ଶବ ରମୁର ବୋଲି ସେମାନେ ଚିହ୍ନଟ କରିଥିଲେ। ଶବ ପାଖରେ କେତୋଟି ମଦ ବୋତଲ ମଧ୍ୟ ପଡ଼ିଥିଲା।

ଏ ବିଷୟରେ ଖବର ପାଇ ମଇଦଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।