ଆସନ୍ତାକାଲିଠାରୁ ଝିପିଝିପି ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କିଛି ଜିଲ୍ଲାରେ ଝିପିଝିପି ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର ସୂଚନା ଦେଇଛନ୍ତି।  ଏଭଳି ପାଗ ୨୫ ଏବଂ ୨୬ ତାରିଖ ଅଥ;ାତ୍ ୨ଦିନ ରହିବ ।

ସେ କହିଛନ୍ତି,“ ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସାମାନ୍ୟ ଝିପିଝିପି ବର୍ଷା ହୋଇପାରେ। ଆଉ ୨୬ ତାରିଖ ଦିନ ମଧ୍ୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ହେଲେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ।”

ସେ ଆହୁରି କହିଛନ୍ତି,“ ନୂଆ ବର୍ଷ ଆଡ଼କୁ ତାପମାତ୍ରା ଟିକେ ହ୍ରାସ ପାଇବ। ତେବେ ଆସନ୍ତା ଦୁଇରୁ ତିନି ଦିନ ଯାଏ କୁହୁଡ଼ି ମାତ୍ରା ବଢ଼ିବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ହେବ।”