ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ବ୍ୟାଙ୍କ,ହାତ ପାଆନ୍ତାରେ ମିଳିବ ସେବା

ସରକାରୀ ବିଭାଗରେ ସବୁ କାରବାର ହେବ ଡିଜିଟାଲ ପେମେଣ୍ଟ,ହିତାଧିକାରୀଙ୍କ ଆକାଉଣ୍ଟରେ ମିଳିବ ଅର୍ଥ

ଭୁବନେଶ୍ବର :  ବ୍ୟାଙ୍କ ସେବା ପାଇବାକୁ ଏଣିକି ଆଉ ଦୂରକୁ ଦୈଡିବାକୁ ପଡିବନି । ପ୍ରତି ପଞ୍ଚାୟତରେ ମିଳିବ ବ୍ୟାଙ୍କ ସେବା । ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ୨୦୨୦ରୁ ସରକାରଙ୍କ ସବୁ ବିଭାଗରେ ନେଣଦେଣ ଡିଜିଟାଲ ପେମେଣ୍ଟ ଜରିଆରେ ହେବ । ଏହାହେଲେ ବ୍ୟାଙ୍କ ସେବାରେ ସୁଧାର ଆସିବା ସହ ନେଣ ଦେଣରେ ସ୍ବଛତା ରହିବ ।

ହାତ ପାଆନ୍ତାରେ ମିଳିବ ବ୍ୟାଙ୍କ ସେବା । ବ୍ୟାଙ୍କ ସୁବିଧା ପାଇବାକୁ ୫ ଲୋମିଟରରୁ ଅଧିକ ବାଟ ଯିବାକୁ ପଡିବନି ।  କାହିଁକି ନା ପ୍ରତି ପଞ୍ଚାୟତରେ ଖୋଲିବ ବ୍ୟାଙ୍କ । ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ  ୪ ହଜାର ୯ଶହ ୨୧ ପଞ୍ଚାୟତରେ ଏବେ ବି ବ୍ୟାଙ୍କ ସେବା ମିଳୁନି । ସେବା ପାଇବାକୁ ଲୋକଙ୍କୁ ଦୂରକୁ ଯିବାକୁ ପଡୁଛି । ସେହିପରି ଉପାନ୍ତ ଅଞ୍ଛଳରେ ମଧ୍ୟ ବ୍ୟାଙ୍କ ସେବା ନାହିଁକହିଲେ ଚଳେ । ଗାଇଡ ଲାଇନ ଅନୁସାରେ ଗାଁର ୫ କିଲୋମିଟର ଭିତରେ ବ୍ୟାଙ୍କ ସେବା ମିଳିବା କଥା । ହେଲେ ରାଜ୍ୟରେ ଲୋକଙ୍କୁ ଠିକଣା ଭାବରେ ବ୍ୟାଙ୍କ ସେବା ମିଳୁନଥିବାରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହାସହ ୫୭୧ଟି ସ୍ଥାନରେ ତୁରନ୍ତ ବ୍ୟାଙ୍କ ଖୋଲିବା ସହ ମାଲକାନାଗିରି ସ୍ବାଭିମାନ ଅଞ୍ଛଳରେ ଖୁବଶୀଘ୍ର ୨ଟି ଏସବିଆଇ ଶାଖା ଖୋଲିବା ନେଇ SLBC ବୈଠକରେ ଆଲୋଚନା ହୋଇଛି ।

ଏଣିକି ସବୁ ସରକାରୀ ଯୋଜନାର ନେଣଦେଣ ଡିଜିଟାଲ ପେମେଣ୍ଟ ହେବ । ୨୦୨୦ରୁ ପ୍ରତି ବିଭାଗରେ ସମସ୍ତ କାରବାର ଡିଜିଟାଲ ପେମେଣ୍ଟ ଜରିଆରେ ହେବ । ଏଣିକି କୌଣସି ସ୍କିମରେ ହିତାଧିକାରୀଙ୍କୁ ଦିଆଯିବନି ନଗଦ ଟଙ୍କା  । ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ସ୍କିମ ଟଙ୍କା ପଠାଇବେ ସରକାର । ସେପଟେ ଗୁଡିକର ପ୍ରଦର୍ଶନ ୫୨ ପ୍ରତିଶତ ରହିଛି । କେବଳ ଏମଏସଏମଇ କ୍ଷେତ୍ରରେ ଋଣ ପ୍ରଦାନ କରିବାରେ ବ୍ୟାଙ୍କ ଗୁଡିକ ସଫଳତା ପାଇଥିବାବେଳେ କୃଷିକ୍ଷେତ୍ରରେ ବ୍ୟାଙ୍କ ମାନଙ୍କର ପୁଞ୍ଜି ଲଗାଣ ମାତ୍ର ୩୮ ପ୍ରତିଶତ ଅଟକିଛି। କୃଷି ଋଣ ଦେବାରେ ବ୍ୟାଙ୍କ ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ କୃଷି କ୍ଷେତ୍ରକୁ ଅଧିକ ଋଣ ଦେବା ସହ ମତ୍ସ ଓ ପଶୁପାଳନ ଲାଗି ଋଣ ପ୍ରଦାନ କରିବା । ମୁଦ୍ରା ଲୋନକୁ ବ୍ୟାପକ କରିବା ସହ ଲୋନ ଆମାଉଣ୍ଟ ବଢାଇବା ଉପରେ ଏସଏଲବିସି ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ବ୍ୟାଙ୍କ ସେବା ନେଇ ସମିକ୍ଷା କରିବାକୁ ଏସଏଲବିସି ବୈଠକ ବସିଥାଏ । ଆଉ ପ୍ରତି ତିନିମାସରେ ଏହାର ସମିକ୍ଷା ହୁଏ । ଶନିବାର ଅନୁଷ୍ଠିତ ୧୫୭ ତମ ରାଜ୍ୟ ଏସଏଲବିସି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝାରୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସମେତ ବିଭିନ୍ନ ଭିଭାଗର ଅଧିକାରୀ ଓ ବ୍ୟାଙ୍କ ମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।