୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ସରକାର । ଶୁକ୍ରବାର ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର।

ବାଧ୍ୟତାମୂଳକ ଅବସର ନେଇଥିବା ଅଫିସର ହେଲେ ବରଗଡ ଜିଲ୍ଲାର RWSS ଆସିଂଟାଂଟ ଇଞ୍ଜିନିୟର ନାରାୟଣ ତିଆଡି ଓ ଜ୍ଞାନେନ୍ଦ୍ର ପଟେଲ । ୨୦୧୦ରେ ନାରାୟଣ ତିଆଡିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା । ଏହାସହ ସେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିଲେ। ସେହିପରି ଆସିଂଟାଂଟ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏମାନଙ୍କ ସହିତ ଆଉ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସେମାନେ ହେଲେ ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ କୁମାର ରାୟ, ବିଜ୍ଞାନ କୁମାର ବେଉରିଆ ଓ ଅମୀୟ କୁମାର ସେଠୀ । ଏମାନଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଥିବା ଜଣାପଡିଛି।