ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ, ଗୋଟିଏ ଦିନରେ ୧୩ ନୂଆ ମାମଲା

ଭୁବନେଶ୍ୱର: ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତମାନ ୬ଟି କୋରୋନା ପଜିଟିଭ୍ ରିପୋର୍ଟ ସାମ୍ମନାକୁ ଆସିବା ପରେ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଂଚିଛି। ବର୍ତ୍ତମାନ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୯ଟି ଆକ୍ଟଭି କେସ ରହିଛି।

ସୂଚନା ଥାଉକି, ଆଜି ସକାଳୁ ୭ଟି ନୂଆ ମାମଲା ନେଇ ଖବର ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବର୍ତମାନ ନୂଆ ୬ଟି ସଂକ୍ରମିତ ମାମଲାର ଟ୍ରାଭେଲ ହିଷ୍ଟ୍ରି ସରକାର ଜାରି କରିନାହିଁନ୍ତି। ତେବେ ସକାଳେ ଚିହ୍ନଟ ହୋଇଥିବା ୭ଟି ମାମଲାରୁ ୫ଟି ଭଦ୍ରକ ଓ ୨ଟି ବାଲେଶ୍ୱରର ବୋଲି ଜଣାପଡିଥିଲା।