୭ ହାତୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଢେଙ୍କାନାଳରେ ବିଦ୍ୟୁତ ତାର ଲାଗି ୮ ହାତୀ ମୃତ୍ୟୁ ଘଟଣାର ହେବ କ୍ରାଇବ୍ରାଞ୍ଚ ତଦନ୍ତ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପରେ ତଦନ୍ତ ଲାଗି କ୍ରାଇବ୍ରାଞ୍ଚ ଏକ ଟିମ ଗଠନ କରିଛି । ଏହି ଟିମ ଆଜି ହାତୀ ମୃତ୍ୟୁ ଘଟିଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିବ । କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲେ ଓ ଏଥିପାଇଁ କିଏ ଦାୟୀ ତାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସେପଟେ ଏହି ଘଟଣାରେ ଜଣେ କର୍ମଚାରୀଙ୍କୁ ବହିଷ୍ୃତ କର‌୍ୟାାଇତିବାବେଳେ ୬ ଜଣଙ୍କୁ ନିଲମ୍ବିତ କରାଯାଇଛି ।

୭ ହାତୀ ମୃତ୍ୟୁ ଘଟଣାରେ ୬ କର୍ମଚାରୀ ସସପେଣ୍ଡ,ଜଣେ ବହିଷ୍କୃତ

ଢେଙ୍କାନାଳ : ବିପଦରେ ଗଜରାଜ। ବିଦ୍ୟୁତ ଆଘାତରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟିଛି। ଯାହା କେବଳ ଓଡ଼ିଶା ବା ଭାରତର ନୁହେଁ, ସମଗ୍ର ବିଶ୍ୱର ବନ୍ୟପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି। ଏହି ଘଟଣାରେ ରାଜ୍ୟ ସରକାର ଜଣେ ଅଧିକାରୀଙ୍କୁ ବହିଷ୍କୃତ କରିଥିବା ବେଳେ ୬ ଜଣଙ୍କୁ ନିଲମ୍ବିତ କରିଛନ୍ତି।
ସେସୁର ଢେଙ୍କାନାଳ ସର୍କଲର ଇଲେକ୍ଟ୍ରିକାଲ୍‌ ଜିଏମ୍‌ ନରେଶ ଚନ୍ଦ୍ର ପଟ୍ଟନାୟକ, ଚାଇଁପାଳ ଏସ୍‌ଡିଓ ଆର୍ତ୍ତତ୍ରାଣ ନାୟକ, ଲାଇନ୍‌ ମ୍ୟାନ ଫିରୋଜ ପଣ୍ଡା, ଢେଙ୍କାନାଳ ରେଞ୍ଜ ଅଫିସର ପ୍ରସନ୍ନ ବିଶ୍ୱାଳ, ମେରାମୁଣ୍ଡଳୀ ଫରେଷ୍ଟର ପ୍ରଭାକର, ମେରାମୁଣ୍ଡଳୀ ଫରେଷ୍ଟ ଗାର୍ଡ ଗିରୀଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ମେରାମୁଣ୍ଡଳୀ କନିଷ୍ଠ ଅଧିକାରୀ ସଞ୍ଜୟ ମହାନ୍ତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।