ସୋସିଆଲ ମିଡିଆରେ କରୋନା ଗୁଜବ କରି ବନ୍ଧାହେଲେ ୬ ଯୁବକ

ରାଉଲକେଲା: ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିଥିବା ୬ ଯୁବକଙ୍କୁ ରାଉଲକେଲା ପୋଲିସ ଗିରଫ କରିଛି । ଗତ ୨ ସପ୍ତାହ ମଧ୍ୟରେ ରାଉଲକେଲା ପୋଲିସ ୫ଟି ଘଟଣାକୁ ନେଇ ୬ଜଣ ଯୁବକଙ୍କୁ ଗିରଫ କରିଛି । ରାଉରକେଲା ଏସପି କେ.ଶିବା ସୁବ୍ରମଣି ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଜିଲ୍ଲାରେ କରୋନାକୁ ନେଇ ସୋଶାଲ୍ ମିଡିଆରେ ଅପପ୍ରଚାର କରିବା ଅଭିଯୋଗରେ ପାଇଁ ୫ଟି ମାମଲା ରୁଜୁ ହୋଇଥିଲା। ସେହି ୫ଟି ମାମଲାରେ ଛଅ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ କରୋନାକୁ ଅପପ୍ରଚାର କରୁଛନ୍ତି, ସେମାନଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଯେଉଁମାନେ ଆଗକୁ କରୋନା ନେଇ ଅପପ୍ରଚାର କରିବେ ସେମାନଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।