୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ

ଲଣ୍ଡନ: ଭାରତ-ବ୍ରିଟେନ ସମ୍ପର୍କକୁ ପ୍ରଭାବୀ ଓ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ତାଲିକାରେ ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରମଣ ସ୍ଥାନ ପାଇଛନ୍ତି। ତାଲିକାରେ ବ୍ରିଟେନର ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ପେନି ମାରଡାଉଣ୍ଟ ମଧ୍ୟ ସ୍ଥାନ ପାଇଛନ୍ତି।

ସୋମବାର ଭାରତ ଦିବସ ପାଳନ ଅବସରରେ ବ୍ରିଟେନ ଗୃହ ମନ୍ତ୍ରୀ ସାଜିଦ ଯାବିଦ ବ୍ରିଟେନ-ଭାରତ ସମ୍ବନ୍ଧ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କ୍ଷେତ୍ରରେ ୧୦୦ ପ୍ରଭାବଶୀଳ ମହିଳାଙ୍କ ସୂଚୀ କରିଥିଲେ। ଏଥିରେ ଭାରତର ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବର୍ତ୍ତମାନର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦେଶର ସବୁଠାରୁ ପ୍ରଭାବଶାଳୀ ମହିଳା ଭାବେ ବର୍ଣ୍ଣନା କରାଯାଇଛି।

ବ୍ରିଟେନ ଗଣମାଧ୍ୟମ କହିଛି, ସୀତାରମଣ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ଶିକ୍ଷାଲାଭ କରିଛନ୍ତି ଓ ପୂର୍ବରୁ ବ୍ରିଟେନରେ କାର୍ଯ୍ୟ କରିସାରିଛନ୍ତି ତେଣୁ ସେ ଅନ୍ୟ ସହଯୋଗୀଙ୍କ ତୁଳନାରେ ବ୍ରିଟେନ ସମ୍ପର୍କରେ ଅଧିକ ଜାଣିଛନ୍ତି। ନିର୍ମଳାଙ୍କ ବ୍ୟତୀତ ତାଲିକାରେ ଭାରତୀୟ ବଂଶୋଦ୍ଭବ ସାଂସଦ ପ୍ରୀତି ପଟେଲ ଏବଂ ସାଣ୍ଡି ବର୍ମା, ଚଳଚିତ୍ର ନିର୍ମାତା ଓ ଗୁରୀନ୍ଦର ଚଢ଼ା ପ୍ରମୁଖ ଅଛନ୍ତି।