ଶିଶୁଭବନ ଆଉଟଡୋର ବନ୍ଦ

କଟକ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । କଟକ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଗତକାଲି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଟକ ଶିଶୁଭବନ ଆଉଟଡ଼ୋର ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଶିଶୁଭବନ ଅଧିକ୍ଷକ ପ୍ରଫେସର ଡ଼ା . ସରୋଜ ଶତପଥୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କଟକ ଶିଶୁଭବନରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ବଡ଼ ମେଡ଼ିକାଲରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଡ଼ାକ୍ତରଖାନାଗୁଡ଼ିକୁ ବିଶୋଧନ କରାଯାଇଛି । ଏଥିସହ ଅତ୍ୟଧିକ ଜରୁରୀ ନଥିଲେ ଡ଼ାକ୍ତରଖାନା ଆସନ୍ତୁ ନାହିଁ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।