ଯୁବତୀଙ୍କୁ ଗଳାକାଟି ହତ୍ୟା ଘଟଣା:ମୁଖ୍ୟ ଅଭିଯୁକ୍ତ ଭାଉଜ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ବାଲୁଗାଁ ଗଙ୍ଗନଗରରେ ଏକ ତରଫା ପ୍ରେମକୁ ନେଇ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାଉଜକୁ ଗିରଫ କରିଛି ପୋଲିସ । ତେବେ ଏହି ଘଟଣା ପଛରେ ଭାଉଜ ହିଁ ପ୍ରକୃତ ହତ୍ୟାକାରୀ ବୋଲି ସାମ୍ନାକୁ ଆସିଛି ।

ପ୍ରକାଶ ଯେ, ଭାଉଜ ଓ ନଣନ୍ଦ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୁଏ । ତେବେ ଗତ୧୩ ତାରିଖ ରାତିରେ କୈାଣସି କାରଣକୁ ନେଇ ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ବଚସା ହୋଇଥିଲା । ନଣନ୍ଦ ସହ ଗଣ୍ଡୋଗୋଳ ପରେ ପ୍ରତିଶୋଧ ପରାୟଣ ହୋଇ ଭାଉଜ ଶିବାନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଛୁରିରେ ନିଜ ନଣନ୍ଦର ବେକକୁ କାଟି ହତ୍ୟା କରିଛି ଭାଉଜ । ତେବେ ଏହି ହତ୍ୟାକାଣ୍ଡକୁ ପ୍ରେମର ରଙ୍ଗ ଦେଇ ଜଣେ ଯୁବକ ହତ୍ୟା କରିଥିବା ଘଟଣା ଚର୍ଚ୍ଚା ହୋଇଥିଲା ।

ମୃତ ଶିବାନୀଙ୍କ ମା ଗାଁର ଜଣେ ଯୁବକଙ୍କ ନାଁରେ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ପୋଲିସ ଯୁବକ ବିଭୁ ବେହେରାକୁ ଅଟକ ରଖିଥିଲା । ତେବେ ହତ୍ୟାରେ ସମ୍ପୃକ୍ତ ମୃତ ଶିବାନୀଙ୍କ ଭାଉଜ କାବେରୀ ବେହେରାଙ୍କୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ରକ୍ତ ଲାଗିଥିବା ଶାଢୀ ଜବତ ହୋଇଛି । ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ମଧ୍ୟ ଉପସ୍ଥିତ ରହି ତଦନ୍ତ କରାଯିବା ପରେ ପ୍ରକୃତ ଘଟଣାର ସତ୍ୟତା ଜଣାପଡ଼ିଥିବା ସୂଚନା ମିଳିଛି ।