ଶିଶିର ସରସ ୨୦୨୦ ଜାନୁଆରି ୪-୧୪; ଇଡ୍କୋ ପଡ଼ିଆରେ ଜମିବ ଆସର

ଭୁବନେଶ୍ୱର: ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିର ସରସ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଆସନ୍ତା ୨୦୨୦ ଜାନୁଆରି ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛିା ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡିକୁ ବିପଣନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ମେଳା ଭୁବନେଶ୍ୱରରେ ଆୟୋଜନ ହେଉଛିା ସରକାରଙ୍କ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କୁ, ସେମାନଙ୍କ ଉତ୍ପାଦ ବା ସାମଗ୍ରୀ ବିକ୍ରିବଟା କରିବା ତଥା ପ୍ରଦର୍ଶନୀ ପାଇଁ ଏହି ଜାତୀୟସ୍ତରୀୟ ମେଳା ଏକ ଭଲ ମାଧ୍ୟମ ପାଲଟିଛିା ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓର୍ମାସ୍ ପ୍ରତିବର୍ଷ ଏହି ଶିଶିର ସରସ ମେଳା ଆୟୋଜନ କରିଆସୁଛିା

ଏଥର ଏହି ମେଳା ଜାନୁଆରି ୪-୧୪ ତାରିଖ, ୧୧ ଦିନ ଧରି ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆୟୋଜନ ହେବା ଏଥର ଶିଶିର ସରସ ମେଳାରେ ମୋଟ ୩୦୦ଟି ଷ୍ଟଲ ସ୍ଥାନ ପାଇଛିା ଏଥିପାଇଁ ଆୟୋଜକଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛିା ଏଥିସହ ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ-ପଲିଥିନ ମୁକ୍ତ କରିବା, ପାନୀୟ ଜଳ ସୁବିଧା, ସୁରକ୍ଷା, ଆଲୋକ ସୁବିଧା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସମସ୍ତ
ବ୍ୟବସ୍ଥା କରାଯାଇଛିା

ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଏଥର ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତିା ଯେଉଁଥିରେ ଉତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତର ପ୍ରଦେଶର
ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଟସର କପଡା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ସହତି ଜମ୍ମୁ ଓ କଶ୍ମୀରର ଶୀତ ପୋଷାକ ଓ ଡ୍ରେସ ମଟେରିଆଲ ମେଳାର ପ୍ରମୁଖ ଆକର୍ଷଣ ରହିବା

ସେହିପରି ଓଡିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମଧ୍ୟ ସେମାନଙ୍କ ହାତ ତିଆରି ସାମଗ୍ରୀ ଧରି ମେଳାରେ ସାମିଲ ହେବୋ ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, ସୁବର୍ଣପୁରର ଟେରାକୋଟା ସାମଗ୍ରୀ, ରାୟଗଡା, କନ୍ଧମାଳ ଓ ନୂଆପଡାର ଖାଦ୍ୟ ଓ ମସଲା, ବରଗଡ, ସୁବର୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରପଡାର କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବଧ ହେବା

କେବଳ ବିକ୍ରିବଟା ନୁହେଁ, ମେଳାକୁ ବୁଲି ଆସୁଥିବା ଦର୍ଶକ ଏବଂ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ଲୋକ ନୃତ୍ୟ, ଓଡିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ବ୍ୟଙ୍ଗ କଳାକାର ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବୋ ଏହି ମେଳା ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ, ଖଦୀ ଓ ଗ୍ରାମଦ୍ୟୋଗ କମିଶନ, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ ଏବଂ ନାବାର୍ଡର ମିଳିତ ସହଯୋଗରେ ଆୟୋଜନ ହେଉଛିା