ନବୀନ ପଟ୍ଟନାୟକ ଗରିବଙ୍କ ପାଇଁ ଭଲ କାମ କରୁଛନ୍ତି : ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଭଲ କାମ କରୁଛନ୍ତି । ଗରିବଙ୍କ ପାଇଁ ବି ସେ ଭଲ କାମ କାମ କରୁଛନ୍ତି । ତାଙ୍କୁ ଭେଟିବା ପରେ ବହୁତ ଭଲ ଲାଗିଲା । ମୁଁ ତାଙ୍କୁ ଭେଟିବା ପରେ ନିଜକୁ ସମ୍ମାନିତ ମନେ କରୁଛି । ସିରିଆର ରାଷ୍ଟ୍ରଦୂତ ରିଆଦ କାମେଲ ଆବାସ  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏମିତି ପତିକ୍ରିୟା ରଖିଛନ୍ତି । ଏହା ସହ ସେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରସଂଶା କରିଛନ୍ତି । କିଟ୍ ପରିଦର୍ଶନେ ଆସିଥିବା ସିରିଆର ରାଷ୍ଟ୍ରଦୂତ ରିଆଦ କାମେଲ ସେଠାରେ ଆଦିବାସି ପିଲାଙ୍କୁ ପାଠ ପଢା ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ଇରାନ ଓ ଆମେରିକା ଭିତରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଗଣମାଧ୍ୟମରେ ମତ ରଖିଛନ୍ତି ।