ଯୁଦ୍ଧ ବିମାନ ତେଜସ ଉଡ଼ାଇଲେ ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଶଟଲର ପି. ଭି. ସିନ୍ଧୁ ବ୍ୟାଡ୍‌ମିଣ୍ଟନ କୋର୍ଟ ଉପରରେ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଶନିବାର ଦେଶର ହାଲୁକା ଯୁଦ୍ଧ ବିମାନ (ଏଲସିଏ), ଦ ତେଜସକୁ ବେଙ୍ଗାଲୁରୁଠାରେ ଏରୋ ଇଣ୍ଡିଆ ୨୦୧୯ ବେଳେ ତାଙ୍କୁ କୋ ପାଇଲଟ ଭାବେ ଉଡ଼ାଇବାର ସୁଯୋଗ ପାଇଛନ୍ତି। ସିନ୍ଧୁ ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ସିଡିରେ ଛଡ଼ି ବିମାନର କକ୍‌ପିଟକୁ ପ୍ରବେଶ କରିଥିବାର କିଛି ଫଟୋ ଟୁଇଟରରେ ଶେୟାର କରିଛନ୍ତି। ସିଟ୍‌ରେ ବସିବା ପରେ ସେ ହାତ ହଲାଇଥିଲେ। ଏୟାର ଶୋର ଅନ୍ତିମ ଦିବସରେ ମହିଳା ଦିବସ ପାଳନ କରିବା ଅବସରରେ ସିନ୍ଧୁଙ୍କୁ ତେଜସ ଉଡ଼ାଇବାର ସୁଯୋଗ ମିଳିଥିଲା। ଏବେ ଠାରୁ ଅଲିମ୍ପିକ୍ସ ରୌପ୍ୟ ପଦକଧାରୀ ସିନ୍ଧୁଙ୍କ ବାୟୋଡାଟାରେ ତେଜସର ସହାୟକ ଚାଳକ ଭାବେ ଉଲ୍ଲେଖ କରିପାରିବେ। ସିନ୍ଧୁ ଏବେ ଅଲ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ସମ୍ମାନଜନକ ଇଭେଣ୍ଟ ବର୍ମିଂହାମଠାରେ ମାର୍ଚ୍ଚ ୬ ତାରିଖଠାରୁ ଆରମ୍ଭ ହେବ।