ଆଜିଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର:ଆଜି ଠାରୁ ପୁଣି ଖୋଲିଲା ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ୧୦୧ଜଣ ପର୍ଯ୍ୟଟକ ବୁଲିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଜାମ୍ମୁକାଶ୍ମୀରରୁ ଥିବା ଜଣାପଡ଼ିଛି । 

ରାଜ୍ୟରେ ବର୍ଷା ଯୋଗୁଁ ଜୁନ ୧୫ ତାରିଖରୁ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ନିଷେଧ କରାଯାଇଥିଲା । ତେବେ ବର୍ଷା ଋତୁ ସରିବା ପରେ ଆଜି ଠାରୁ ପୁଣି ଏହି ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ଛଡ଼ାଯାଇଛି । ଆଜି ବାରିପଦା-ପିଠାବଟା ବା ଲୁଲୁଙ୍ଗ ବାଟ ଦେଇ ୧୫ଟି ଗାଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । ଯଶିପୁର ବାଟ କାଳିଆଣି ଗେଟ ଦେଇ ମଧ୍ୟ ପର୍ଯ୍ୟଟକ ଶିମିଳିପାଳକୁ ପ୍ରବେଶ କରିପାରିବେ । ଆଜି ଶିମିଳିପାଳ ପୁଣି ଖୋଲାଯିବାର ପ୍ରଥମ ଦିନ ଥିବାରୁ ଅଭୟାରଣ୍ୟ କତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଫୁଲ ଦେଇ ସ୍ୱାଗତ କରୁଛନ୍ତି । 

ପର୍ଯ୍ୟଟକମାନେ ସକାଳ ୮ଟା ସୁଦ୍ଧା ଗେଟ ପାସ ପାଇପାରିବେ । ଏହା ସହ ଅଭୟାରଣ୍ୟକୁ ପ୍ଲାଷ୍ଟିକ, ମାଦକ ଦ୍ରବ୍ୟ ବ୍ୟାନ ଥିବା ବେଳେ ପର୍ଯ୍ୟଟକ ଜଣେ ଲେଖାଏ ଗାଇଡ଼ ସାଙ୍ଗରେ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଆଜି ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ୧୦୧ଜଣ ପର୍ଯ୍ୟଟକ ବୁଲିବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଜାମ୍ମୁକାଶ୍ମୀରରୁ ଆସିଛନ୍ତି ।